କେନ୍ଦ୍ରାପଡ଼ା, ୧୦/୦୭/୨୦୨୧(ଓଡ଼ିଶା ସମାଚାର)-ଅନ୍ତର୍ଜାତୀୟ ମାନବ ଅଧିକାର ପରିଷଦର କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ କୋଭିଡ -୧୯ କଟକଣା ଅନୁପାଳନ ପୂର୍ବକ ଉଦଘାଟିତ ହୋଇଯାଇଛି । ପରିଷଦର ଓଡିଶା ବୋର୍ଡ ସଭାପତି ମୀନକେତନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ଏହି ଅବସରରେ ସଭାପତି ଶ୍ରୀ ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲାର ଅବହେଳିତ, ନିଷ୍ପ୍ୱେସିତ ଓ ନିର୍ଯ୍ୟାତିତମାନଙ୍କ ପାଇଁ ଏହି କାର୍ଯ୍ୟାଳୟ ସଂଜିବନୀ ସଦୃଶ କାର୍ଯ୍ୟ କରିବ ବୋଲି କହିବା ସହିତ ଏଥିନିମନ୍ତେ ଉପସ୍ଥିତ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବୋର୍ଡର ଉପସଭାପତି ରୁଦ୍ରମୋହନ ସାହୁ, ସାଧାରଣ ସମ୍ପାଦକ ପ୍ରବୀଣ କୁମାର ଷଣ୍ଢ, ସହ ସଂଯୋଜକ ଅଶ୍ୱିନୀ କୁମାର ସେନାପତି, କେନ୍ଦ୍ରାପଡା ଜିଲ୍ଲା ସଭାପତି ସୁଶାନ୍ତ କୁମାର ଦାଶ, ଉପସଭାପତି ଖଗେଶ୍ୱର ସାହୁଙ୍କ ସମେତ ଅନ୍ୟମାନେ ଯୋଗଦେଇଥିଲେ । ଓଡ଼ିଶା ସମାଚାର