Tuesday , December 7 2021
Breaking News
Home / ବିଶେଷ / ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସର ନିଷ୍କ୍ରୀୟତା ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସର ନିଷ୍କ୍ରୀୟତା ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, ୦୯/୦୭/୨୦୨୧(ଓଡ଼ିଶା ସମାଚାର)- ଏକ ମରଣାନ୍ତକ ଆକ୍ରମଣ ଘଟଣାରେ କେନ୍ଦ୍ରାପଡା ସଦର  ଥାନା ପୋଲିସର ନିଷ୍କ୍ରୀୟତା ପ୍ରତିବାଦରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ସାହାସପୁର ହଳଦିଢିହ ଗ୍ରାମର ନଙ୍ଗୁଳି ନାୟକଙ୍କ ପୁଅ ଗିରିଧାରୀ ନାୟକ ସଦର ଥାନାରେ ଅଭିଯୋଗ କରିଛନ୍ତି ଯେ ସେ ଗତ ଜୁନମାସ ୨୨ତାରିଖ ସକାଳେ ଘରୁ ବାଇକରେ ମଜୁରୀ ଲାଗିବା ପାଇଁ କେନ୍ଦ୍ରାପଡା ସହରକୁ ଯାଉଥିବା ସମୟରେ ସାନ୍ତସାହି ଗଣ୍ଡାଖିଆ ରାସ୍ତାର ନାନୋ ସୋରୁମ୍ ନିକଟରେ ଜ୍ଞାନରଞ୍ଜନ ନାୟକ ଓରଫ ବାପି ଏକ ଗଛ ଉହାଡାରୁ ହଠାତ୍ ବାହାରି  ଗିରିଧାରୀଙ୍କ  ବାଇକକୁ ଅଟକାଇ ଥିଲା । ହଠାତ୍ ଗିରିଧାରିଙ୍କ କଲର ଧରି ବାଇକରୁ ଘୋଷାଡି ଆଣି ତାଙ୍କୁ ମାଡ ମାରିବା ସହିତ ପଥରରେ ତାଙ୍କ ମୁଣ୍ଡକୁ ଛେଚି ଜୀବନରେ ମାରିଦେବାକୁ ଉଦ୍ୟମ କରିବା ସମୟରେ ଗିରିଧାରୀ ପଛକୁ ଘୁଚିଂଯିବାରୁ ରକ୍ଷା ପାଇଯାଇଥିଲେ । ଏହା ପରେ ବାପି ଗିରିଧାରୀଙ୍କ ଉପରକୁ ପଥର ପକାଇବାରେ ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଥିଲା । ଗିରିଧାରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଁଚିବାରୁ ବାପି ସେଠାରୁ ବାଇକରେ ଦ୍ରୁତ ଗତିରେ ପଳାଇ ଯାଇଥିଲା । ଏହା ପୂର୍ବରୁ  ମଧ୍ୟ ବାପି ଗିରିଧାରୀ ଓ ତାଙ୍କ ପତ୍ନୀଙ୍କୁ ବାରମ୍ବାର ଆକ୍ରମଣ କରିଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି । କିନ୍ତୁ ସଦରଥାନା ପୋଲିସର ଉଦାସୀନତା ଯୋଗୁ ଗିରିଧାରୀଙ୍କ ଅଭିଯୋଗ ପଞ୍ଜିକୃତ ନ ହେବା ସହିତ ସଂପୃକ୍ତ ଅଭିଯୁକ୍ତକୁ ପୋଲିସ ସୁରକ୍ଷା ଦେଉଥିବା ନେଇ ଗିରିଧାରୀ ଅଭିଯୋଗ କରିଛନ୍ତି । ଯଦି ଭବିଷ୍ୟତରେ ଗିରିଧାରୀ କିମ୍ବା ତାଙ୍କ ପରିବାରର କାହାରି ଜୀବନ ହାନି ହୁଏ ସେଥିପାଇଁ ସଦରଥାନା ପୋଲିସ ଦାୟୀ ରହିବ ବୋଲି ଗିରିଧାରୀ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

  ଜଗତସିଂହପୁର ଠାରେ ୫୯ତମ ବାର୍ଷିକ ହୋମ୍ ଗାର୍ଡ ଦିବସ ପାଳିତ

ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ରିଜର୍ଭ ପୋଲିସ ପ୍ୟାରେଡ୍ ଗ୍ରାଉଣ୍ଡ ପୁନଙ୍ଗ ଠାରେ ୫୯ତମ ବାର୍ଷିକ ହୋମ୍ ଗାର୍ଡ …

Leave a Reply

Your email address will not be published. Required fields are marked *