କେନ୍ଦ୍ରାପଡ଼ା, ୦୯/୦୭/୨୦୨୧(ଓଡ଼ିଶା ସମାଚାର)- ଏକ ନାବାଳିକା ଅପହରଣ ଅଭିଯୋଗର ଉପଯୁକ୍ତ ତଦନ୍ତ କରାନଯିବା ଓ ନାବାଳିକାକୁ ଉଦ୍ଧାର ନକରିବା ଯୋଗୁଁ ପୋଲିସର ଉଦାସୀନତା ବିରୁଦ୍ଧରେ ନାବାଳିକାର ପିତା କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ତରାପୁର ଗ୍ରାମର ଅକ୍ଷୟ କୁମାର ମଲ୍ଲିକଙ୍କ ୧୪ ବର୍ଷର ନାବାଳିକା ଝିଅକୁ ସେହି ଗ୍ରାମର ଶଶିଭୂଷଣ ମଲ୍ଲିକ ନାମକ ଯୁବକ ଗତ ଜୁନ ମାସ ୨୪ ତାରିଖ ରାତି ପ୍ରାୟ ସାଢେ ୯ଟା ସମୟରେ ନାବାଳିକାର ଇଚ୍ଛା ବିରୁଦ୍ଧରେ ଯୋର ଜବରଦସ୍ତି ଉଠାଇ ନେଇଥିବା ଅଭିଯୋଗ ହୋଇଛି । ନାବାଳିକାର ଚିତ୍କାର ଶୁଣି ଘରୁ ବାହାରକୁ ଆସି ତାଙ୍କ ମା ଦେଖନ୍ତି ତ ସଂପୃକ୍ତ ନାବାଳିକାକୁ ଶଶିଭୁଷଣ ଓରଫ କାଳିଆ ଏକ ମଟର ସାଇକେଲରେ ବସାଇ ବାଲିଆ ଆଡକୁ ପଳାଇ ଯାଉଛି । ନାବାଳିକାକୁ ନେବା ସହିତ ଶଶିଭୁଷଣ ନାବାଳିକା ଘରେ ଥିବା ୧ ଲକ୍ଷ ଟଙ୍କା ନେଇ ଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଭିତି କରି ସଦର ଥାନା ପୋଲିସ ୩୬୭/୨୦୨୧ ରେ ଆଇ.ପି.ସି. ର ୩୬୩ ଦଫାରେ ଏକ ମାମଲା ରୁଜୁ କରି ଚୁପ ହୋଇ ବସିଯାଇଥିବା ନାବାଳିକାର ପିତା ଅଭିଯୋଗ କରିଛନ୍ତି । ଏଥି ସହିତ ନାବାଳିକାର ପିତା ଉପଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ମୁଖ୍ୟମନ୍ତ୍ରୀ ଏବଂ ଓଡିଶା ମାନବ ଅଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ପ୍ରଦାନ ପାଇଁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର
Check Also
କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣାରେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନୋଟିସ
କଟକ , ୨୪ /୬/୨୦୨୨(ଓଡ଼ିଶା ସମାଚାର ): କଟକ ଜିଲା କିଶନନଗର ଥାନା ପରିସରରେ ଦେହରେ ନିଆଁ ଲଗାଇ ଆତ୍ମାହୁତି …