Tuesday , October 3 2023
Breaking News
Home / ବିଶେଷ / ଠକେଇ ଓ ଅର୍ଥ ଲୁଟ ଅଭିଯୋଗରେ କାନାର ବ୍ୟାଙ୍କର ପରିଚାଳକ ଗିରଫ

ଠକେଇ ଓ ଅର୍ଥ ଲୁଟ ଅଭିଯୋଗରେ କାନାର ବ୍ୟାଙ୍କର ପରିଚାଳକ ଗିରଫ

କେନ୍ଦ୍ରାପଡ଼ା, ୦୯/୦୭/୨୦୨୧(ଓଡ଼ିଶା ସମାଚାର)- ଏକ ଠକେଇ ଓ ଅର୍ଥଲୁଟ ଅଭିଯୋଗରେ କେନ୍ଦ୍ରାପଡା କାକଟସ୍ଥିତ କାନାରା ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକଙ୍କୁ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଟାଉନ ଥାନାର ଭାରପ୍ରାପ୍ତ ଇନସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ଠାରୁ ସୂଚନା ମିଳିଛି । ଅଭିଯୋଗ ଅନୁଯାଇ ଗତ ୨୦୧୩ ମସିହାରେ କେନ୍ଦ୍ରାପଡା କାନାରା ବ୍ୟାଙ୍କର ଶାଖା ପରିଚାଳକ ଭାବେ କାର୍ଯ୍ୟ କରୁଥିବା ପୁରୀ ଜିଲ୍ଲାର କୁମ୍ଭାରପଡା ଥାନା ଅନ୍ତର୍ଗତ ମାଟିଆପଡା ଗ୍ରାମର ସ୍ୱର୍ଗତ ଗୋପିନାଥ ମହାନ୍ତିଙ୍କ ପୁଅ ମନମୋହନ ମହାନ୍ତି କେନ୍ଦ୍ରାପଡା ସହରର ସାନ୍ତସାହି ଗ୍ରାମର ସତ୍ୟଜିତ ଦାସଙ୍କ କାକଟସ୍ଥିତ କାନାରା ବ୍ୟାଙ୍କ ଆକାଉଁଟରୁ ଋଣ କରାଇଦେବାକୁ କହି ଗଫଲତି କରି ୧୩ ଲକ୍ଷ ଟଙ୍କା ଉଠାଇନେଇଥିବା ସମ୍ପର୍କରେ ସତ୍ୟଜିତ ଟାଉନ ଥାନାରେ ଗତ ୨୦୧୬ମସିହାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତିକରି ଟାଉନ ଥାନା କେଶ ନମ୍ବର ୨୦୩/୨୦୨୧ରେ ଆଇ.ପି.ସି.ର ଦଫା ୪୨୦, ୪୬୮, ୪୭୧ ଓ ୩୨୪ଦଫାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା । ପରେ ପରିଚାଳକ ଶ୍ରୀ ମହାନ୍ତି ଏଠାରୁ ବଦଳି ହୋଇ ଚାଲିଯାଇଥିଲେ । ସେହି ଘଟଣାର ତଦନ୍ତ କରି ତଦନ୍ତକାରୀ ଅଧିକାରୀ ଟାଉନ ଥାନାର ଅତିରିକ୍ତ ଆଇ.ଆଇ.ସି. ସାଇମନ ଲାକ୍ରା ଅଭିଯୁକ୍ତ ପୂର୍ବତନ କେନ୍ଦ୍ରାପଡା କାନାରାବ୍ୟାଙ୍କ ଶାଖା ପରିଚାଳକ ମନମୋହନ ମହାନ୍ତିଙ୍କୁ ତାଙ୍କ ଭୁବନେଶ୍ୱର ଶହୀଦନଗରସ୍ଥିତ ବାସଭବନରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *