ଭୁବନେଶ୍ୱର ୦୯/୦୭/୨୦୨୧(ଓଡ଼ିଶା ସମାଚାର)-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନବ ନିଯୁକ୍ତ କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ କାର୍ଯ୍ୟରେ ଯୋଗଦାନ ପରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ରାଜ୍ୟ ପାଠାଗାର ନିର୍ଦ୍ଧେଶକ ରଞ୍ଜନ କୁମାର ଦାସଙ୍କ ସହିତ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପହଂଚି ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ଉତରୀୟ ପ୍ରଦାନ କରି ଭକ୍ତି ସମର୍ପଣ କରିଥିଲେ । ଏହାପରେ ପାଠାଗାରର ବିଭିନ୍ନ ଶାଖା ପରିଦର୍ଶନ କରିବା ସେଙ୍ଗସେଙ୍ଗ ରାଜ୍ୟ ପାଠାଗାରର ପାଠକମାନଙ୍କ ନିମନ୍ତେ ଅତ୍ୟାଧୁନିକ ଗବେଷଣା ଭିତିଭୂମି ଉନ୍ନୟନ ସହିତ ବୈଷୟିକ ଜ୍ଞାନ କୌଶଳ ପ୍ରବର୍ତନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ପ୍ରଦାନ କରିଥିଲେ । ଏହାପରେ ପାଠାଗାର ପୁଷ୍ପ ଉଦ୍ୟାନ ପରିଦର୍ଶନ ସହିତ ଆଲୋକୀକରଣ ବ୍ୟବସ୍ଥା ପ୍ରବର୍ତନ ଉପରେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟ ପାଠାଗାର ଅନୁସଚିବ ତଥା ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀଧର ବେହେରା, ସହକାରୀ ଗ୍ରନ୍ଥାଗାରିକ ସସ୍ମିତା ମିଶ୍ର, ସଙ୍ଘମିତ୍ରା ସାହୁ, ରୁଦ୍ରପ୍ରସାଦ ବେହେରା, କଣ୍ଠମଣି ବିଶ୍ୱାଳ, ସଳିତା ପାତ୍ର, ମଞ୍ଜୁରାଣୀ ମୁଦୁଲି, କୁକୁମିନା ଦାସ, ବିଦ୍ୟାଧର ପଣ୍ଡା, କବିତା ମହାନ୍ତି ଓ ପଦ୍ମନାଭ ଜେନା, ମୁଖ୍ୟ କିରାଣୀ ଭିକାରୀଚରଣ ସାହୁ ପାଠାଗାର ଆଭିମୁଖ୍ୟ ସମ୍ପର୍କରେ ଶାସନ ସଚିବଙ୍କୁ ଅବଗତ କରିବା ସହ ଏହାର ଉନ୍ନତିକରଣ ନିମନ୍ତେ ସଦୟ ଦୃଷ୍ଟି ଆକର୍ଷଣ କରିଥିଲେ । ଓଡ଼ିଶା ସମାଚାର
