ଭୁବନେଶ୍ୱର,୦୯/୦୭/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଏସ୍ ଦେବଦତ୍ତ ସିଂହ ପୁଲିସ ମୁଖ୍ୟାଳୟରେ ଆଇଜି ଭାବେ ନିଯୁକ୍ତି ପାଇଛନ୍ତି । ଅଖିଳେଶ୍ବର ସିଂହ ଜଗତସିଂହପୁର ଏସ୍ପି ହୋଇଥିବାବେଳେ ପ୍ରକାଶ ଆରଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି କରାଯାଇଛି। ସେହିପରି ପିଏସ୍ ପୁରୁଷୋତ୍ତମ ଦାସଙ୍କୁ ନବରଂଗପୁର ଏସପି ଓ ରାହୁଲ ଜୈନ ଙ୍କୁ ବରଗଡ଼ ଏସପି , ପ୍ରତୁ୍ୟଷ ଦିବାକରଙ୍କୁ ନୂଆପଡ଼ା ଏସପି ପିଏସ୍ ମୀନାଙ୍କୁ ମାଲକାନଗିରି ଏସପି, କେ.ଆର ଦ୍ୟାନଦେଓଙ୍କୁ ମୟୁରଭଂଜ ବଦଳି ହୋଇଛି । ଓଡ଼ିଶା ସମାଚାର