ଓଡାପଡ଼ା, ୦୮/୦୭/୨୦୨୧(ଓଡ଼ିଶା ସମାଚାର) – ଆଜି ୭୨ ତମ ବନ ମହୋତ୍ସବ ଅବସରରେ “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ମୋଟଙ୍ଗା ଥାନା ପରିସରରେ ବନ ମହୋତ୍ସବ ସପ୍ତାହ ୨୦୨୧ ଓ କୋଭିଡ ଯୋଦ୍ଧା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର ଏହି କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ମୋଟଙ୍ଗା ଥାନା ଅଧିକାରିଣୀ ସରୋଜିନୀ ସାମାଡ଼ ପ୍ରଥମେ ବୃକ୍ଷ ରୋପଣ କରି କହିଥିଲେ, ବୃକ୍ଷ ହିଁ ଜୀବନ ଆମେ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ନିହାତି ଆବଶ୍ୟକ । ଆଜିର ଦିନରେ ଅକ୍ସୀଜେନ ଅଭାବ ର କାରଣ ଜଙ୍ଗଲ ନଷ୍ଟ, ଆମେ ଯେଉଁ ଭଳି ଜଙ୍ଗଲ ନଷ୍ଟ କରୁଅଛନ୍ତି ସେହି ପରିମାଣରେ ଆମେ ବୃକ୍ଷ ରୋପଣ କରୁ ନାହାନ୍ତି ।ଏଣୁ ସମସ୍ତଙ୍କୁ ମୋର ନିବେଦନ ଆମେ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରି ଆମ ପରିବେଶ କୁ ସବୁଜ ସୁନ୍ଦର ଗଢି ତୋଳିବା ପାଇଁ
ପରାମର୍ଶ ଦେଇଥିଲେ, ଏହା ସହ କୋଭିଡ ସଂକ୍ରମଣ କୁ ଦୃଷ୍ଟି ରେ ରଖି ସମସ୍ତଙ୍କୁ ରାଜ୍ୟ ସରକାରଙ୍କ କୋଭିଡ କଟକଣା କୁ ମାନି ଚଳିବା ପାଇଁ ନିବେଦନ କରିଥିଲେ । ଯୁବଶକ୍ତି ପକ୍ଷରୁ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରିବା ସହ କୋଭିଡ ସମୟରେ ପୋଲିସ ଭାଇ ଭଉଣୀ ମାନେ ନିରନ୍ତର ଓ ନିଷ୍ଠାପର ଭାବରେ ଲୋକଙ୍କ ସେବା ସହ ସୁରକ୍ଷା ଯୋଗାଇ ଦେଇଥିଲେ । ଏଥି ପାଇଁ ସମସ୍ତ ପୋଲିସ ଭାଇ ଭଉଣୀ ମାନଙ୍କୁ କୋଭିଡ ଯୋଦ୍ଧା ଭାବେ ସମାନିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଏ,ଏସ,ଆଇ ସୋଲଚନା ଘଡେଇ, ସହଦେଵ ଲେଙ୍କା, ଦେବେନ୍ଦ୍ର କୁମାର ପାଣି, ସମାଜସେବୀ ବିଭାରାଣୀ ପାତ୍ର, ମନୋଜ କୁମାର ସାହୁ, ସନ୍ତୋଷ ସାହୁ, ଓ ସମସ୍ତ ସୁରକ୍ଷା କର୍ମୀ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର