Thursday , September 28 2023
Home / ବିଶେଷ / ଉତ୍କଳ ବିକାଶ ପରିଷଦ ପକ୍ଷରୁ  ସେବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଡି ହେବାକୁ ନିବେଦନ କଲେ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ

ଉତ୍କଳ ବିକାଶ ପରିଷଦ ପକ୍ଷରୁ  ସେବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଡି ହେବାକୁ ନିବେଦନ କଲେ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ

  କଟକ, ୦୮/୦୭/୨୦୨୧(ଓଡ଼ିଶା ସମାଚାର) –   କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ କଟକ ଜିଲ୍ଲା ବୟାଳିଶମୌଜ଼ା ଉପକଣ୍ଠ ଦଧିବାମନପୁର ପଂଚାୟତ ଆଇତଳଙ୍ଗ ଗ୍ରାମର ଜୈନିକ କର୍କଟ ରୋଗୀକୁ ସହାୟତା ଏବଂ ବଉଳକୁଦ ଗ୍ରାମର ସମାଜସେବୀ ତ୍ରିନାଥ ଦାସଙ୍କର କରୋନା ଜନିତ ବିୟୋଗରେ ଦୁଇ ଅସହାୟ ପରିବାରକୁ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ୱାନ କ୍ରମେ କାର୍ଯ୍ୟକର୍ତା ବର୍ଗ ଉଭୟ ପରିବାରକୁ ଭେଟି ଦୃଢମନୋବଳ ସହ କର୍ଯ୍ୟ କରିବାକୁ ଆଶ୍ୱାସନା ଦେବାସହ ପରିଷଦର ଜରୁରୀ କାଳୀନ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ପରିଷଦର ଦୀର୍ଘଦିନ ଧରି କଟକ ଜିଲ୍ଲାରେ ଏହିପରି ବହୁବିଧ ସେଵାକାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *