ନିରାକାରପୁର, ୦୭୦୭/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁରର ସାମ୍ବାଦିକ ତଥା ରାମକଥା ପ୍ରବଚକ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ଧର୍ମପତ୍ନୀଙ୍କର କୋଭିଡ଼ରେ ମୃତ୍ୟୁ ଘଟଣାରେ ଅଂଚଳବାସୀ ଶୋକବ୍ୟକ୍ତ କରିଥିବାବେଳେ ତାଙ୍କ ଏକାଦଶ ତିଥିରେ ତାଙ୍କ ବାସଭବନ ପରିସରରେ ସରକାରଙ୍କ କୋଭିଡ଼ ନିୟମ ମାନି ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ ପ୍ରମିଳା ପଟ୍ଟନାୟକ ଜଣେ ସରଳ, ଧର୍ମପ୍ରାଣା, ପରୋପକାରୀ, ସ୍ନେହୀ ମଣିଷ ଥିଲେ । ଅନୁଷ୍ଠିତ ସଭାରେ ସ୍ଥାନୀୟ ସରପଂଚ ହୃଷିକେଶ ରାଉତରାୟ, ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି, ବରିଷ୍ଠ ନେତା ବିପିନ କୁମାର ଜୟସିଂହ, ସାମ୍ବାଦିକ ଲଛମନ ନାୟକ, ଉମେଶ ଚନ୍ଦ୍ର ମିଶ୍ର, ମାନସ ଚନ୍ଦ୍ର ପଟ୍ଟନାୟକ, ହିମାଂଶୁ ଭୂଷଣ ଚମ୍ପତିରାୟ ପ୍ରମୁଖ ଯୋଗଦେଇ ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହି ସଭାକୁ ସଂଚାଳନ କରିଥିଲେ ଅଧ୍ୟାପକ ଡ଼ଃ ମୃତ୍ୟୁଞ୍ଜୟ ରଥ । ଏହି ଅବସରରେ ସ୍ୱର୍ଗତ ପ୍ରମିଳା ପଟ୍ଟନାୟକଙ୍କର ପରିବାର ବର୍ଗ ସହ ବନ୍ଧୁବାନ୍ଧବ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର
Check Also
ଇଣ୍ଡିଆବୁକ ଅଫ ରେକର୍ଡ ସ୍ଥାନ ପାଇଲେ ପ୍ରଚେତା
ଜୁନାଗଡ଼ , ୦୨ / ୦୭ /୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ପ୍ରଚେତା …