କେନ୍ଦ୍ରାପଡ଼ା,୦୭୦୭/୨୦୨୧(ଓଡ଼ିଶା ସମାଚାର)- ୭୨ତମ ବନମହୋତ୍ସବ ସପ୍ତାହ ପାଳନ ଅବସରରେ କେନ୍ଦ୍ରାପଡାର ପ୍ରଗତି ଚାରିଟେବୁଲ ଟ୍ରଷ୍ଟ ଅଫ ଇଣ୍ଡିଆ ପକ୍ଷରୁ ବିଶ୍ୱତାପନରୁ ପୃଥିବୀକୁ ରକ୍ଷା କରିବାର ସଙ୍କଳ୍ପ ନେଇ କେନ୍ଦ୍ରାପଡାର ଗରାପୁର ଭିଆଇପି ରୋଡରେ ଏବଂ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଂଚାୟତ ହାଇସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ପରିବେଶବିତ କାଶିନାଥ ରାଉତରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଶିକ୍ଷକ ପାର୍ଥସାରଥୀ ବେହେରା, ଶିକ୍ଷାବିତ ପ୍ରଣବ କୁମାର ଜେନା, ପାର୍ଥସାରଥୀ ରାଉତରାୟ, ରାଜେନ୍ଦ୍ର ମହାପାତ୍ର, ବିଚିତ୍ର ବାରିକ, ହାଇସ୍କୁଲର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ଗୋଲଖ ଚନ୍ଦ୍ର ପାଳ, ଶିକ୍ଷକ ସୁରେନ୍ଦ୍ର ସାମଲ, ତୁଷାର କାନ୍ତ ନାୟକ,ସୁରେଶ ଚନ୍ଦ୍ର ସ୍ୱାଇଁ, ବସନ୍ତ କୁମାର ସାହୁ, ଶାକ୍ୟସିଦ୍ଧ ରାଉତ ପ୍ରମୁଖ ଯୋଗଦେଇ ଲିମ୍ବ, କୃଷ୍ଣଚୁଡା, ଆମ୍ବ, ଓଲଟ ଦେବଦାରୁ, କଦମ୍ବ ପ୍ରଭୁତି ବୃକ୍ଷର ଚାରା ରୋପଣ କରିଥିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କେନ୍ଦ୍ରାପଡା ଓ ମହାକାଳପଡା ବ୍ଲକର ବିଭିନ୍ନ ସ୍ଥାନରେ ବନ ମହୋତ୍ସବ ପାଳନ ଅବସରରେ କରାଯିବାକୁ ସ୍ଥିର କରାଯାଇଛି ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର