Monday , September 25 2023
Breaking News
Home / ବିଶେଷ / ପୁରୁଷୋତମପୁର ପଂଚାୟତରେ ମନରେଗାରେ ବ୍ୟାପକ ଅନିୟମିତତା ଅଭିଯୋଗ

ପୁରୁଷୋତମପୁର ପଂଚାୟତରେ ମନରେଗାରେ ବ୍ୟାପକ ଅନିୟମିତତା ଅଭିଯୋଗ

କେନ୍ଦ୍ରାପଡ଼ା,୦୭୦୭/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମପଂଚାୟତରେ ମନରେଗା ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ବ୍ୟାପକ ଅନିୟମିତତା ହେଉଥିବା ନେଇ କେନ୍ଦ୍ରାପଡା ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି । ଗ୍ରାମାଂଚଳର ଗରିବ ଅଭାବି ଶ୍ରମିକମାନଙ୍କୁ ନିଜ ଅଂଚଳରେ ବର୍ଷକୁ ଅନୁ୍ୟନ ଏକଶହ ଦିନର କାମ ଯୋଗାଇ ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ପ୍ରଣୟନ କରାଯାଇଛି । ସେହି ପଂଚାୟତର ଗ୍ରାମରୋଜଗାର ସେବକ(ଜିଆରଏସ) ନିଜ ସମ୍ପର୍କୀୟ ଓ ପରିଚିତମାନଙ୍କୁ ମନରେଗା ପ୍ରକଳ୍ପର ମଷ୍ଟରରୋଲରେ ସାମିଲକରି ବିନା କାମରେ ମଜୁରୀ ଦେଉଥିବା ବେଳେ ସେହି ପଂଚାୟତର ୧୪ନମ୍ବର ୱାର୍ଡର ପ୍ରବାସୀ ଶ୍ରମିକ ଓ ଜବକାର୍ଡ ଧାରୀମାନଙ୍କୁ କାମ ଯୋଗାଉନଥିବା ଅଭିଯୋଗ ହୋଇଛି । ଜିଆରଏସ ଜଣଙ୍କ ଜବକାର୍ଡ ନଥାଇ ମଧ୍ୟ ପ୍ରକଳ୍ପର ମଷ୍ଟରରୋଲରେ ନାମ ପୁରାଉଥିବାରୁ ଭବିଷ୍ୟତରେ ଏନେଇ ବହୁ ଅସୁବିଧା ହେବା ସହିତ ଶ୍ରମିକମାନେ ମଜୁରୀ ନପାଇବାର ଆଶଙ୍କା ଦେଖାଦେଇଛି । ଏଣୁ ଏହି ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପଂଚାୟତବାସୀଙ୍କ ପକ୍ଷରୁ ସନ୍ତୋଷ କୁମାର ବେହେରା, କୁଞ୍ଜ ବିହାରୀ ବେହେରା, ସୁଲୋଚନା ବେହେରା, ଅମୁଲ୍ୟ ବେହେରା, ମାଧବ ବେହେରା, ମଦନ ବେହେରା, ଶ୍ୟାମସୁନ୍ଦର ବେହେରା, ସମ୍ପଦ ବେହେରା, ଅଜୟ ବେହେରା ପ୍ରମୁଖ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *