Saturday , April 1 2023
Breaking News
Home / ରାଜନୀତି / ତୈଳ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ ରେ କଂଗ୍ରେସ ର ବିକ୍ଷୋଭ 

ତୈଳ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ ରେ କଂଗ୍ରେସ ର ବିକ୍ଷୋଭ 

ନିଶ୍ଚିନ୍ତକୋଇଲି, ୦୭/୦୭/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )-  ତୈଳ ଦର ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିସାଙ୍ଗକୁ  ଖାଉଟି ସାମଗ୍ରୀର ଦରବୃଦ୍ଧିକୁ ନେଇ ଲୋକେ ଚିନ୍ତିତ. ।  କଂଗ୍ରେସ ଦରବୃଦ୍ଧିକୁ ବିରୋଧ କରି ରାଜରାସ୍ତାକୁ ଓଲ୍ହାଇ ଏହାର ପ୍ରତିବାଦ  କରିଛି ।ଆଜି କଟକ ଜିଲ୍ଲା ମାହାଙ୍ଗା ନିର୍ଵାଚନ ମଣ୍ଡଳୀର କଂଗ୍ରେସ ନେତା  ଦେବେନ୍ଦ୍ର ସାହୁ ଙ୍କ ନେତୃତ୍ୱ ରେ ବହୁ କଂଗ୍ରସ କର୍ମୀ ବ୍ଲକ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ  କରିବା ସହିତ ମୋଦିସରକାରଙ୍କ ମନମୁଖୀ ଶାସନକୂ କଦାପି ବରଦାସ୍ତ କରାଯିବ ନାହିଁ ଓ ଯେତେଦିନ ଯାଏ ଆଶାନୁରୂପକ ତୈଳ ଦର ନ କମିଛି ସେତେଦିନଯାଏ ଏ ଲଢେଇ ଜାରିରହିବ ବୋଲି କହିଥିଲେ   । ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଏକ ଦାବି ପତ୍ର ବିଡ଼ିଓ ଙ୍କୁ ପ୍ରଦାନ କରାଯାଇ ଥିଲା. । ଓଡିଶା ସମାଚାର

Leave a Reply

Your email address will not be published.