ତାରପୁର, ୦୭୦୭/୨୦୨୧(ଓଡ଼ିଶା ସମାଚାର)–ଆଜି ପୂର୍ବାହ୍ନ ୮ ଘଟିକାରେ ତଅଁରା ପଂଚାୟତ ରାମଚନ୍ଦ୍ରପୁରସ୍ଥିତ ଜୟପ୍ରକାଶ ଶିକ୍ଷା ନିକେତନ ଠାରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଛି । ଏହି ଅବସରରେ ବ୍ୟପକ ବୃକ୍ଷ ରୋପଣ କରାଯାଇଥିବାବେଳେ ଜଗତସିଂହପୁର ବନଖଣ୍ଡ ଡ଼େପୁଟି ରେଂଜର ବନମାଳୀ ସାହୁ, ତଅଁରା ସରପଂଚ କବିତା ନାୟକ, ବିଶ୍ୱ ଓଡ଼ିଆ ମହାସଂଘ ସଭାପତି ଡ଼ ସୁରେନ୍ଦ୍ର ମହାପାତ୍ର, ପୂର୍ବତନ ସରପଂଚ ଶାନ୍ତିଲତା ଦ୍ୱିବେଦୀ , ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଇଂ ବାବାଜୀ ଚରଣ ଜେନା, ସଦସ୍ୟ ପାର୍ଥସଖା ପାଲଟାସିଂ, ୱାର୍ଡ଼ ସଭ୍ୟ ନିତ୍ୟାନନ୍ଦ ସ୍ୱାଇଁ, ଆଲୁମିନି କମିଟି ସମ୍ପାଦକ ଜୟପ୍ରକାଶ ଜେନା, ଉପାଧ୍ୟକ୍ଷ ବଟକୃଷ୍ଣ ନାୟକ, ପ୍ରଧାନ ଶିକ୍ଷକ ରଂଜନ କୁମାର ମିଶ୍ର, ସହକାରୀ ଶିକ୍ଷକ ପବିତ୍ର କୁମାର ସ୍ୱାଇଁ, ସୁଧୀର କୁମାର ନାୟକ, ଧରଣୀଧର ଜେନା, ସୁଧୀର କୁମାର ସାହାଣୀ, ବିଷ୍ଣୁ ଚନ୍ଦ୍ର କର , ସୁରେନ୍ଦ୍ର ନାଥ ଦ୍ୱିବେଦୀ, ସାରଦା ପ୍ରସାଦ ନାୟକ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ପରିସରରେ ଆମ୍ବ, ପଣସ, ଶାଗୁଆନ, ଆକାଶିଆ ଆଦି ବୃକ୍ଷ ରୋପଣ କରିଥି;ଲ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର କର୍ମଚାରୀ ବିଷ୍ଣୁ ଚରଣ ଦାସ, ସଂଜୟ କୁମାର ବିଶ୍ୱାଳ. ନୀରୋଦ କୁମାର ଜେନା, ସହାୟତା କରିଥିଲେ । ବିଦ୍ୟାଳୟରେ ପୂର୍ବ ବର୍ଷ ମାନଙ୍କରେ ଲାଗିଥିବା ବୃକ୍ଷ ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ହୋଇଥିବାରୁ ଶ୍ରୀଯୁକ୍ତ ସାହୁ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ଅବସରରେ ସମସ୍ତ ସହଯୋଗ ପାଇଁ ସହକାରୀ ଶିକ୍ଷକ ସୁବାସ ଚନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର