ଜୁନାଗଡ଼, ୦୭/୦୭/୨୦୨୧(ଓଡ଼ିଶା ସମାଚାର/ ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପିଆଇ ଡିଗ୍ରୀ କଲେଜ ଠାରେ ବନ ମହୋତ୍ସବ ପାଳିତ ହୋଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ କଲେଜ ଅଧ୍ୟକ୍ଷ ବିଭୁତି ମେହେର, ଡିଏଫଓ ଟି ଅଶୋକ କୁମାର, ଅଶୋକ ପଟ୍ଟନାୟକ, ଦେବବ୍ରତ ବଣୁଆ, ବିନୟ ମେହେର,ଅଜୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଅରୁପାନନ୍ଦ ନାଗ, ସରୋଜ ଠାକୁର, ଦେଶରାଜ ରାଉତ, ଦେବେନ୍ଦ୍ର ବେହେରା, ସମୀର ସାହୁ, ରେଞ୍ଜର ମୁରାରୀ ପ୍ରସାଦ ପଣ୍ଡା, ଫରେଷ୍ଟର ଜୟଦେବ ମାଝୀ, ଦେବେନ୍ଦ୍ର ମାଝୀ, ଗାର୍ଡ କାନହୁ ତ୍ରିପାଠୀ, ଙ୍କ ସମେତ କଲେଜର କର୍ମଚାରୀ, ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ମହୋତ୍ସବ ସଭାପରେ କଲେଜ ପରିସରର ମଧ୍ୟରେ ଅତିଥି ଓ ଉପସ୍ଥିତ ଲୋକେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଓଡ଼ିଶା ସମାଚାର