Tuesday , December 6 2022
Home / ବିଶେଷ / ଜନ୍ମଦିନରେ ରକ୍ତଦାନକରି ପ୍ରେରଣାରଉତ୍ସ ପାଲଟିଲେ ଯୁବସାମ୍ବାଦିକ

ଜନ୍ମଦିନରେ ରକ୍ତଦାନକରି ପ୍ରେରଣାରଉତ୍ସ ପାଲଟିଲେ ଯୁବସାମ୍ବାଦିକ

କେନ୍ଦ୍ରାପଡ଼ା,୦୭୦୭/୨୦୨୧(ଓଡ଼ିଶା ସମାଚାର)- ଯୁବ ସାମ୍ବାଦିକ ସୁନିଲ ମହାପାତ୍ରଙ୍କ ଜନ୍ମଦିନ ଉପଲକ୍ଷେ କେନ୍ଦ୍ରାପଡା ସରକାରୀ ଡାକ୍ତରଖାନାରେ ରକ୍ତଦାନ କରି ମାନବସମାଜ ଉଦେଶ୍ୟରେ ପ୍ରେରଣାରଉତ୍ସ ପାଲଟଛନ୍ତି । ନିଜର ଜନ୍ମଦିନକୁ ଅନ୍ୟମାନେ ଭୋଜିଭାତରେ ବୁଡିରହି ସ୍ୱାର୍ଥକୈନ୍ଦ୍ରିକ ସମାଜ ଗଠନ ପାଇଁ ଲାଗିପଡିଥିବା ବେଳେ ସୁନିଲ ସମାଜର ଅବକ୍ଷୟ ରୋକିବା ପାଇଁ ଏଭଳି ଏକ ଅଭିନବ ପ୍ରୟାସ କରିଥିବା ଦେଖିବାକୁ ମିଳିଛି । ଏତଦବ୍ୟତିତ ସେ ପାଣ୍ଡିରି ନିକଟରେ ଥିବା କୁଷ୍ଟାଶ୍ରମର ଅନ୍ତେବାସୀଙ୍କୁ ଶୁଖିଲାଖାଦ୍ୟ ଓ ମାସ୍କ ବଂଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜିବି ପ୍ରଦିପ କୁମାର ଦାଶ, ଚଳଚିତ୍ର ପ୍ରଯୋଜକ ତଥା ସମାଜସେବୀ ମାନସ କୁମାର ସାହୁ(ମାନ),ସାମ୍ବାଦିକ ଦେବେଶ ଦାସ,ଶିକ୍ଷାବିତ ପାର୍ଥସାରଥୀ ବେହେରା, ସାମ୍ବାଦିକ ଜ୍ଞାନରଞ୍ଜନ ଦାସ, ନାରାୟଣ ମଳିକ, ଶରତ ସାହୁ, ପ୍ରଫେସର ସୂର୍ଯ୍ୟମଣୀ ପଣ୍ଡା,ସାମ୍ବାଦିକ ଅସିତ କୁମାର ପଣ୍ଡାଙ୍କ ସମେତ ଅନେକ ଶୁଭେଛୁ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.