Monday , March 27 2023
Breaking News
Home / ରାଜନୀତି / ଗରଦପୁର ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା ଓ ବିକ୍ଷୋଭ

ଗରଦପୁର ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା ଓ ବିକ୍ଷୋଭ

ଗରଦପୁର, ୦୭୦୭/୨୦୨୧(ଓଡ଼ିଶା ସମାଚାର)- ଦେଶରେ ଅହେତୁକ ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ ର ଦର ବୃଦ୍ଧି ଘଟିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ସ୍ୱାର୍ଥ ବିରୋଧୀ ନୀତି ବିରୁଦ୍ଧରେ ପ୍ରତିବାଦ ସ୍ୱରୂପ ଭାରତୀୟ ଜାତୀୟ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇଛି । ଦଳର ଆହ୍ୱାନ କ୍ରମେ ଦେଶ ବ୍ୟାପି ଆନ୍ଦୋଳନ ହେଉଥିବାବେଳେ ଆଜି ଗରଦପୁର ବ୍ଲକ୍ କାର୍ୟ୍ୟାଳୟ ସମ୍ମୁଖରେ ପାଟକୁରା କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇ ଯାଇଛି । ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଙ୍କ ନେତୃତ୍ୱରେ ବ୍ଲକ୍ ର ବିଭିନ୍ନ ପଂଚାୟତରୁ ଆସିଥିବା କଂଗ୍ରେସ କର୍ମୀମାନେ ତହସିଲ ଛକ ନିକଟରୁ ପ୍ଲାକାର୍ଡ଼ ଧରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରା ଦେଇ ଗରଦପୁର ବଜାର ପରିକ୍ରମା କରିବା ସହିତ ବ୍ଲକ୍ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦେଇଥିଲେ । ଏହି ଧାରଣାସ୍ଥଳରେ କଂଗ୍ରେସ ନେତା ଶ୍ରୀ କାନୁନଗୋ , ବ୍ଲକ୍ କଂଗ୍ରେସ ସଭାପତି ଜ୍ୟୋତିରଂଜନ ପରିଡ଼ା,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ମିତା ବେହେରା, ଯୁବ ନେତା ସଂଗ୍ରାମ ପୃଷ୍ଟି ବକ୍ତବ୍ୟ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଟୁ ସମାଲୋଚନା କରିଥିଲେ । ପରେ ବିଡ଼ିଓ ରଂଜିତ କୁମାର ମଲିକ ଙ୍କୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ନେତା ସର୍ବଶ୍ରୀ ନୀରଂଜନ ରାଉତ, ଶଙ୍କର୍ଷଣ ମଲିକ, ରମାକାନ୍ତ ସ୍ୱାଇଁ, ରଂଜନ ପରିଜା, ଅଶୋକ କୁମାର ଲେଙ୍କା, ସୁରେନ୍ଦ୍ରନାଥ ବାରିକ,ପ୍ରଦୀପ ମହାରଣା,ରବିନାରାୟଣ ପାଣି,ଅଜୟ କୁମାର ମଲିକ, ଅମରେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.