କେନ୍ଦ୍ରାପଡ଼ା,୦୭୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ପୈାରାଂଚଳ ଅନ୍ତର୍ଗତ ଗୋକୁଳଚନ୍ଦ୍ର ସଙ୍ଗୀତ ସ୍କୁଲ ଛକ ନିକଟରେ ଥିବା ୨ଟି ଦୋକାନକୁ କୋଭିଡ-୧୯ କଟକଣା ଉଲଂଘନ ଅଭିଯୋଗରେ କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ ପକ୍ଷରୁ ସିଲ କରାଯାଇଛି । ଏକ ବିଶେଷ ସୂତ୍ରରୁ ଖବରପାଇ ଟାଉନ ଥାନା ଏସଆଇ ସୌମ୍ୟରଞ୍ଜନ ଜାଲି ପୋଲିସ ଫୋର୍ସ ସହିତ ସେଠାରେ ପହଂଚିି କରୋନା କଟକଣା ଉଲଂଘନ କରି ଦୋକାନ ୨ଟି ଆଗରେ ସଟର ପକାଇ ପଛରେ ବିକ୍ରି କରୁଥିବାର ଦେଖିଥିଲେ । ସରକାରଙ୍କ ନିୟମ ଅନୁଯାୟୀ ସକାଳ ୬ଟାରୁ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲି ବିକ୍ରି କରି ପାରିବେ । ହେଲେ ଏହି ଦୁଇ ଦୋକାନୀ(ଏକ ଚପଲ ଦୋକାନ ଓ ଏକ ଡ୍ରେସ ଦୋକାନ) ସନ୍ଧ୍ୟାରେ ବିକ୍ରି କରୁଥିଲେ । ତେଣୁ ଉଭୟ ଦୋକାନକୁ ସିଲ କରାଯାଇଛି ଓ ସେହି ଦୋକାନୀ ୨ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବ ବୋଲି ଏସଆଇ ଶ୍ରୀ ଜାଲି କହିଛନ୍ତି । ଓଡ଼ିଶା ସମାଚାର