Monday , March 27 2023
Breaking News
Home / ବିଶେଷ / କଳାପଲସରରେ ଆସିଥିବା ଦୁର୍ବୃତଙ୍କ  ଆତଙ୍କ ଓ ରାହାଜାନୀ 

କଳାପଲସରରେ ଆସିଥିବା ଦୁର୍ବୃତଙ୍କ  ଆତଙ୍କ ଓ ରାହାଜାନୀ 

ସାଲେପୁର, ୦୭/୦୭/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ଜଗତପୁର ଥାନା ଅଞ୍ଚଳର ଭିମରାଜପୁର ଠାରୁ ପାଗା ଗୋପିନାଥପୁର ଭଟିମୁଣ୍ଡା ବିରୂପା ନଦୀ ପୋଲ ଅଞ୍ଚଳ ରେ ମଙ୍ଗଳବାର  ରାତି ୯ ଟାରେ ମୁକୁନ୍ଦପୁର ତିନିଘରିଆ ମଝିରେ ବିରୂପା ନଦୀ ଘେରିବନ୍ଧ ଉପରେ କଳା ପଲସର୍ ଆସିଥିବା ଦୁର୍ବୃଉ ଙ୍କ  ଆତଙ୍କ ଦେଖିବାକୁ ମିଳିଛି। ଟାଙ୍ଗୀ ଠାରେ ଥିବା ଏକ କମ୍ପାନୀ କୁ ଡିଉଟି କରିବାକୁ ଶଙ୍ଖମୁହ ଗ୍ରାମ ର ନଗେନ୍ଦ୍ର ପ୍ରଧାନ ଙ୍କ ପୁଅ ବିଜୟ କୁମାର ପ୍ରଧାନ୍ ନିଜ ହିରୋହଣ୍ଡା ମୋଟର ସାଇକେଲରେ ଯାଉଥିବା ସମୟରେ ଭିମରାଜପୁର ଗ୍ରାମ ଆଡୁ ଏକ କଳାପଲସର ଗାଡ଼ି ନମ୍ବର OD 04 N 5937  ମୋଟରସାଇକେଲ ରେ ୩ ଜଣ ଦୁର୍ବୃତ୍ତ  ଆସି ପଛପଟୁ ଅଟକାଇ ଥିଲେ ।  ବିଜୟ ଙ୍କ କହିବା ଅନୁସାରେ ଅତର୍କିତ ଭାବେ ୨ ଟି ବନ୍ଧୁକ ଲଗାଇ ତାଙ୍କ ମୋବାଇଲ ଫୋନ୍ ଓ ମନିପର୍ଶ ଭିତରେ ଥିବା ଟଙ୍କା ଏ ଟି ଏମ  କାର୍ଡ ଛଡ଼ାଇ ନେବା ସହିତ ତାଙ୍କର ମୋଟର ସାଇକେଲର ଚାବି ଛଡ଼ାଇ ନେଇ ଫୋପାଡି ଦେଇ ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ମୋଟରସାଇକେଲ ରେ ପହଞ୍ଚି ଗ୍ରାମବାସୀ ଙ୍କୁ ଫୋନ୍ ରେ ଖବର ଦେଇଥିଲେ ଓ ଗ୍ରାମ ବାସୀ ଙ୍କ ତରଫରୁ ଜଗତପୁର ଥାନା ପୁଲିସ୍ କୁ  ଖବର ଦେଇଥିଲେ । ଏହା ସହିତ ଗ୍ରାମବାସୀମାନେ ସମସ୍ତ ଆଖପାଖ ଗ୍ରାମମାନଙ୍କୁ ଖବର ଦେବାରୁ ସମସ୍ତ ଜଗତପୁର ଓ ସାଲେପୁର ଥାନା ର ଆଖପାଖ ଅଞ୍ଚଳ ଓ ସାଲେପୁର ଥାନା ଅଞ୍ଚଳ ର ଆଖପାଖ ନାକାବନ୍ଦୀ କରିଦିଆଯାଇଥିଲା।ଯାହାଫଳରେ ଫେରାର ହେଇଯାଉଥିବା ଦୂର୍ବୁତମାନେ ରେବାଠାରେ ପୋଲକାମ ଯୋଗୁଁ ଆଗକୁ ଜାଇନପାରି ଏକ ଜୋରିରେ ଗାଡିଟିକୁ ଛାଡି ଫେରାର ହୋଇଯାଇଥିଲେ। ଗୋଡ଼ଉଥିବା ଲୋକମାନେ ପାଗାଫାଣ୍ଡି ପୋଲିସ ଜପକୁଦ ଫାଣ୍ଡି ପୋଲିସ ମିଳିତ ଭାବରେ ବଜାଜ କଳା ପ୍ଲସର OD 04N 5937ଗାଡ଼ି ଟିକୁ ଜୋର ଭିତରୁ ଜବତକରି ପାଗା ଅଧିକାରୀ ଶ୍ରୀଯୁକ୍ତ ରୋହିତ ବଳ ମୋଟର ସାଇକେଲ ଟିକୁ ପାଗାଫାଣ୍ଡିକୁ ଆଣିବା ସହିତ ଚୋରମାନଙ୍କୁ ଖୁବ ଶୀଘ୍ର ଧରିବେ ବୋଲି ପ୍ରକାଶ କରିଛନ୍ତି । ଓଡିଶା ସମାଚାର

Leave a Reply

Your email address will not be published.