Monday , October 2 2023
Breaking News
Home / ବିଶେଷ / ଅଢ଼େଇକୂଳ ପଂଚାୟତରେ ଲାଇଟ ଦୁର୍ନିତୀ ; ତଦନ୍ତ ଦାବି 

ଅଢ଼େଇକୂଳ ପଂଚାୟତରେ ଲାଇଟ ଦୁର୍ନିତୀ ; ତଦନ୍ତ ଦାବି 

ତାରପୁର, ୦୭୦୭/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ର ବିଭିନ୍ନ ପଂଚାୟତର ଛକ ମାନଙ୍କରେ ବିଧାୟକ ପାଣ୍ଠି ରେ ଉଜ୍ୱଳ ଆଲୋକିକରଣ ବ୍ୟବସ୍ଥାରେ ଷ୍ଟ୍ରିଟ ଲାଇଟ ଲଗାଯାଇଛି । ଏହି ବ୍ୟବସ୍ଥା ଅନୁଯାୟୀ ଅଢ଼େଇକୂଳ ପଂଚାୟତର ଖର୍ଦ୍ଧାସାହି ଅଙ୍ଗନୱାଡ଼ି କେନ୍ଦ୍ର , ବଡ଼ କୋରକୋର ଖଟୁଆ ସାହି, ମହାନ୍ତି ସାହି, ତେଲି ସାହି , ଶାଗୁଣା ବର ଛକ, ସାନ କୋରକୋର,ପଂଚାୟତ ଅଫିସ ପାଖ ଏହିପରି ୭ ଗୋଟି ସ୍ଥାନରେ ଲାଇଟ ଲଗାଯାଇଛି । ଏହି ଲାଇଟ ଗୁଡ଼ିକରେ ଦେଢ଼ ଲକ୍ଷ ରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ ଏହାକୁ କିଏ ଲଗାଉଛି , ତାହା ସ୍ଥାନୀୟ ସରପଂଚ ଶେଷଦେବ ସେଠୀ ଜାଣିନଥିବା ପ୍ରକାଶ କରିଛନ୍ତି । ତେବେ ଏହି ଲାଇଟ ଗୁଡ଼ିକ ଅତ୍ୟନ୍ତ ନିମ୍ନ ମାନର ହୋଇଥିବାବେଳେ ଏହାର ସ୍ଥାୟୀତ୍ୱକୁ ନେଇ ପଂଚାୟତବାସୀ ପ୍ରଶ୍ନ ଉଠାଇଥିବାବେଳେ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ପଂଚାୟତ ଦାୟିତ୍ୱରେ ଥିବା ବ୍ଲକ୍ ର କନିଷ୍ଟ ଯନ୍ତ୍ରୀ ମାନଙ୍କ ଅଧିନରେ ଏହି ଲାଇଟ ଲଗାଯାଇଥିବାବେଳେ ଉକ୍ତ ପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଜ୍ୟୋତ୍ସ୍ନାରାଣୀ ଦେବତା ଏହାର କୌଣସି ତଥ୍ୟ ଦେବାକୁ ମନା କରିଦେଇଥିବାବେଳେ ଉକ୍ତ ଲାଇଟ ର ବିଲ ପାସ ହୋଇଯାଇଥିବା ପ୍ରକାଶ କରିଛନ୍ତି । ପଂଚାୟତ ମାନଙ୍କରେ ହେଉଥିବା ଉନ୍ନୟନ କାର୍ଯ୍ୟର ବିଲ ୬ ମାସ ରୁ ବର୍ଷେ ପର୍ଯ୍ୟନ୍ତ ପଡ଼ି ରହୁଥିବାବେଳେ ଲାଇଟ ବିଲ କିପରି ଏତେ ଶୀଘ୍ର ପାସ ହେଲା ବୋଲି ପ୍ରଶ୍ନ ହୋଇଛି । ଏଥିରେ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧ୍ୟରେ ସଲାସୁତୁରାରେ ଅନୀୟମତତା ହୋଇଥିବା ସ୍ଥାନୀୟ ସମିତି ସଭ୍ୟ ମନୋଜ କୁମାର ସେଠୀ, ସୁଧାଂଶୁ ବିଶ୍ୱାଳ, ବିଲିପ ଜେନା ପ୍ରମୁଖ ଗୁରୁତର ଅଭିଯୋଗ କରିଛନ୍ତି । ଏହାର ଗୁରୁତ୍ୱକୁ ଦୃଷ୍ଟି ଦେଇ ଜଗତସିଂହପୁର ଜିଲାପାଳ ଉକ୍ତ କାର୍ଯ୍ୟକୁ ଭିଜିଲାନ୍ସ ପରିସରଭୁକ୍ତ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *