Thursday , September 28 2023
Home / ବିଶେଷ / ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ୍ , ବିଶେଶ୍ୱର ଟୁଡୁଙ୍କୁ ରାଷ୍ଟ୍ର ପାହ୍ୟା

ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ୍ , ବିଶେଶ୍ୱର ଟୁଡୁଙ୍କୁ ରାଷ୍ଟ୍ର ପାହ୍ୟା

ନୂଆଦିଲ୍ଲୀ/ ଭୁବନେଶ୍ୱର,୦୭/୦୭/୨୦୨୧(ଓଡ଼ିଶା ସମାଚାର)- ଆଜିର କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣରେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି ଓଡ଼ିଶାର ଦୁଇ ଜଣ । ସର୍ବମୋଟ ୪୩ ଜଣଙ୍କ ନାମ ଏହି ତାଲିକାରେ ଥିବା ବେଳେ ଓଡ଼ିଶାର ଦୁଇ ନେତାଙ୍କ ନାମ ଏଥିରେ ସ୍ଥାନ ପାଇଥିଲା । ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଏବଂ ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ନାମ ଏଥିରେ ରହିଥିଲା । ତାଲିକାର ଷଷ୍ଠ ସ୍ଥାନରେ ଅଶ୍ୱିନୀ ବୈଷ୍ଣବ ଙ୍କ ନାମ ରହିଥିବା ବେଳେ ୩୮ ନମ୍ୱର ସ୍ଥାନରେ ରହିଥିଲା ବିଶେଶ୍ୱର ଟୁଡୁଙ୍କ ନାମ । ତେବେ ଆଜି ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ବିଶେଶ୍ୱର ଟୁଡୁଙ୍କୁ ରାଷ୍ଟ୍ର ପାହ୍ୟା ମିଳିଛି ।

ମୋଟ ୧୫ ଜଣ ନେତା କେନ୍ଦ୍ର କ୍ୟାବିନେଟର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହା ସହ ଅନ୍ୟ ୨୮ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଆଜି ରାତିରେ ସେମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯିବ ବୋଲି ଜଣାପଡ଼ିଛି । ଆଜି କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇଥିବା ସମସ୍ତ ମନ୍ତ୍ରୀଙ୍କୁ ଅଗଷ୍ଟ ୧୫ ପର୍ୟ୍ୟନ୍ତ ନୂଆଦିଲ୍ଲୀରେ ରହିବାକୁ କୁହାଯାଇଛି। ଜୁଲାଇ ୧୯ ରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ମନ୍ତ୍ରୀମାନଙ୍କୁ ସେମାନଙ୍କ ଉପସ୍ଥିତି ନିଶ୍ଚିତ କରିବାକୁ କୁହାଯାଇଛି।

କ୍ୟାବିନେଟ ମନ୍ତ୍ରୀ ଭାବରେ ନିଯୁକ୍ତ ନେତାମାନଙ୍କ ମଧ୍ୟରେ ଅଛନ୍ତି,

୧. ନାରାୟଣ ରାଣେ

୨. ସର୍ବାନନ୍ଦ ସୋନୱାଲ

୩. ବୀରେନ୍ଦ୍ର କୁମାର

୪. ଜ୍ୟୋତିରାଦିତ୍ୟ ସିନ୍ଧିଆ

୫. ରାମଚନ୍ଦ୍ର ପ୍ରସାଦ ସିଂ

୬. ଅଶ୍ୱିନୀ ବୈଷ୍ଣବ

୭. ପଶୁପତି କୁମାର ପାରସ

୮. କିରେନ୍ ରିଜିଜୁ

୯. ରାଜ କୁମାର ସିଂ

୧୦. ହରଦୀପ ସିଂ ପୁରୀ

୧୧. ମନସୁଖ ମାଣ୍ଡଭିଆ

୧୨. ଭୁପେନ୍ଦର ଯାଦବ

୧୩. ପରଶୋତ୍ତମ ରୁପାଲା

୧୪. ଜି କିସାନ ରେଡ୍ଡୀ

୧୫. ଅନୁରାଗ ସିଂ ଠାକୁର

ଏହା ସହ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି

୧. ପଙ୍କଜ ଚୌଧୁରୀ

୨. ଅନୁପ୍ରିୟା ସିଂ ପଟେଲ

୩. ସତ୍ୟ ପାଲ ସିଂ ବାଘେଲ

୪. ରାଜୀବ ଚନ୍ଦ୍ରଶେଖର

୫. ସୁଶ୍ରୀ ଶୋଭା କରନ୍ଦଲାଜେ

୬. ଭାନୁ ପ୍ରତାପ ସିଂ ବର୍ମା

୭. ଦର୍ଶନ ବିକ୍ରମ ଜାରଡୋଶ

୮. ମୀନାକ୍ଷୀ ଲେଖୀ

୯. ଅନ୍ନପୂର୍ଣ୍ଣା ଦେବୀ

୧୦. ଏ ନାରାୟଣସ୍ୱାମୀ

୧୧. କୌଶଲ କିଶୋର

୧୨. ଅଜୟ ଭଟ୍ଟ

୧୩. ବି ଏଲ ବର୍ମା

୧୪. ଅଜୟ କୁମାର

୧୫. ଚୌହାନ ଦେବୁଂସି

୧୬. ଭଗବନ୍ତ ଖୁବା

୧୭. କପିଲ ମୋରେଶ୍ୱର ପାଟିଲ

୧୮. ପ୍ରତୀମା ଭୌମିକ

୧୯. ସୁବାଷ ସରକାର

୨୦. ଭାଗବତ କିଶାନରାଓ କରଦ

୨୧. ରାଜକୁମାର ରଂଜନ ସିଂ

୨୨. ଭାରତୀ ପ୍ରବୀଣ ପାୱାର

୨୩.ବିଶେଶ୍ୱର ଟୁଡୁ

୨୪. ଶାନ୍ତନୁ ଠାକୁର

୨୫. ମୁଞ୍ଜାପରା ମହେନ୍ଦ୍ରଭାଇ

୨୬. ଜନ୍ ବର୍ଲା

୨୭. ଏଲ୍ ମୁରୁଗାନ୍

୨୮. ନିସିଥ ପ୍ରମାଣିକ

Leave a Reply

Your email address will not be published. Required fields are marked *