Saturday , December 10 2022
Home / ବିଶେଷ / ସ୍ୱର୍ଗତ ବିଷ୍ଣୁଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ

ସ୍ୱର୍ଗତ ବିଷ୍ଣୁଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ

ଜଗତସିଂହପୁର, ୦୬/୦୭/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାର ସ୍ରଷ୍ଟା, ପୂର୍ବତନ ମନ୍ତ୍ରୀ, ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ଼ ଅଧ୍ୟକ୍ଷ, ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ପୂର୍ବତନ ବିଧାୟକ ବିଶିଷ୍ଟ ଜନନେତା ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପ୍ରଥମ ଜିଲ୍ଲା ସ୍ତରୀୟ ଶ୍ରାଦ୍ଧବାର୍ଷିକ ଆଜି ଜଗତସିଂହପୁର ସଦର ମହକୁମାର ଶାରଦା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡ଼ି ଉପସଭାପତି ଦୀପ୍ତି ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାପରେ ଜଳସଂପଦ, ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ରାଜ୍ୟ ବିଜେଡ଼ି ଉପସଭାପତି, ପୂର୍ବତନ ମନ୍ତ୍ରୀ ତଥା ବଡ଼ମ୍ବା ବିଧାୟକ ଦେବୀ ମିଶ୍ର, ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ରାଜ୍ୟ ମହିଳା ବିଜୁଜନତା ଦଳ ସଭାନେତ୍ରୀ ସବିତା ମହାପାତ୍ର, ଜଗତସିଂହପୁର ପଂଚାୟତ ସମିତି ଅଧ୍ୟକ୍ଷା ବିଜୟ ଲକ୍ଷ୍ମୀ ବେହେରା ଯୋଗଦେଇ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ବହୁମଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିବାସହ ତାଙ୍କ ଭଳି ଜଣେ ଦରଦୀ ମଣିଷ ତଥା କର୍ମୀ ବଶ୍ଚଳ ଜନପ୍ରିୟ ନେତା ମିଳିବା କଷ୍ଟକର ବୋଲି ମତବ୍ୟକ୍ତ କରିଥିଲେ । ନଗର ବିଜେଡ଼ି ଦଳ ସଭାପତି ପି୍ରୟବ୍ରତ ମହାପାତ୍ର, ବରିଷ୍ଠ ଆଇନଜିବୀ ଦୋଳ ଗୋବିନ୍ଦ ଦାଶ, ବ୍ଲକ ବିଜୁ ଜନତା ଦଳ ସଭାପତି ମନୋଜ ଭୋଇ, ପୂର୍ବତନ ପୌରଧ୍ୟକ୍ଷ ମଧୁସୂଦନ ସାହୁ, ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ଗୌର ପ୍ରସାଦ ମହାନ୍ତି, ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସଂପାଦକ ବିରେନ୍ଦ୍ର କୁମାର ବିଶ୍ୱାଳ, ସଂପାଦକ ବିଜୟ ରାଉତ, ଜିଲ୍ଲା ଆଇଟି ସଂଯୋଜକ ରତିରଞ୍ଜନ ବେହେରା, ବ୍ଲକ ଯୁବ ବିଜେଡ଼ି ସଭାପତି ସମ୍ବତି ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବିଷ୍ଣୁ ଦାସଙ୍କର ସ୍ମୃତିଚାରଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.