ଭୁବନେଶ୍ୱର,୦୬/୦୭/୨୦୨୧(ଓଡ଼ିଶା ସମାଚାର)- ଧଉଲି ନିକଟ କଲ୍ୟାଣ ଶାସନଠାରେ ଇଉ.ଏସ୍. ଇଂଟରନ୍ୟାସନାଲ ଡେ ବୋଡିଙ୍ଗ୍ ଏବଂ ରେସିଡେନସିଆଲ ସ୍କୁଲ କ୍ୟାମ୍ପସରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏଠାରେ ଶତାଧିକ ଚାରା ରୋପଣ କରାଯିବା ସହ ଏଗୁଡ଼ିକ ବଂଚାଇ ରଖିବାକୁ ଉଦ୍ୟମ କରାଯିବା ପାଇଁ ବ୍ୟବସ୍ଥା ହୋଇଛି । ଏବେ ପରିବେଶ ସୁରକ୍ଷା ଓ ଜଳସ୍ଥଳର ବୃଦ୍ଧି ପାଇଁ ବ୍ୟାପକ ବୃକ୍ଷ ରୋପଣ ଦ୍ୱାରା ବହୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଅତିଥିମାନେ କହିଥିଲେ । ଏଥିରେ ଟିକରପଡ଼ାର ପୂର୍ବତନ ସରପଂଚ ହେମନ୍ତ କୁମାର ପ୍ରଧାନ, ଯୁବ ନେତା ପ୍ରଲୟ କୁମାର ପଟ୍ଟନାୟକ, ଅନୁଷ୍ଠାନର ପ୍ରତିଷ୍ଠାତା ଡାକ୍ତର ଉପେନ୍ଦ୍ର କୁମାର ସାହୁ, ସହ ପ୍ରତିଷ୍ଠାତ୍ରୀ ଡ ପ୍ରମିଳା ସାହୁ, ଏମଡି ସ୍ୱଦେଶ ଦିପକ ସାହୁ, ଅଧ୍ୟକ୍ଷା ଅଞ୍ଜଳି ପଟ୍ଟନାୟକ, ଅବସରପ୍ରାପ୍ତ ସେନା ଅଧିକାରୀ ପ୍ରଭାସ ଚନ୍ଦ୍ର ବରାଳ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମକର୍ତାମାନେ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରିୟଦର୍ଶୀ ସ୍ୱାଇଁ, ସୋନାଲି ମହାପାତ୍ର, କଳ୍ପନା ଖଟୁଆ, ଅନିତା ସାହୁ ଆଦି ସହଯୋଗ କରିଥିଲେ । ଓଡ଼ିଶା ସମାଚାର