Sunday , March 26 2023
Breaking News
Home / ବିଶେଷ / ରଘୁନାଥପୁର ବ୍ଲକ୍ ର ବିଭିନ୍ନ ସ୍ଥାନରେ ସ୍ୱର୍ଗତ ବିଷ୍ଣୁ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ 

ରଘୁନାଥପୁର ବ୍ଲକ୍ ର ବିଭିନ୍ନ ସ୍ଥାନରେ ସ୍ୱର୍ଗତ ବିଷ୍ଣୁ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ 

ତାରପୁର, ୦୬/୦୭/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ର ବିଭିନ୍ନ ସ୍ଥାନରେ ଜଗତସିଂହପୁର ଜିଲାର ଶ୍ରଷ୍ଟା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ୧ମ ଶ୍ରାଦ୍ଧ ବାର୍ଷିକ ପାଳନ କରାଯାଇଛି ।  ପୁରଣ ଓଡ଼ପଡ଼ାସ୍ଥିତ ପ୍ରମିଳା ମଣ୍ଡପ ଠାରେ ବ୍ଲକ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀଙ୍କ ନେତୃତ୍ୱରେ ଆୟୋଜିତ ଶ୍ରଦ୍ଧାଂଜଳୀ କାର୍ଯ୍ୟକ୍ରମରେ ପ୍ରଥମେ ସ୍ୱର୍ଗତ ଦାସ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଏକ ଶ୍ରଦ୍ଧାଂଜଳୀ ସଭା ଅନୁଷ୍ଠିତ ହୋଇଥିଲା ।  ଉକ୍ତ ସଭାରେ ସ୍ୱର୍ଗତ ଦାସଙ୍କ ଗୁଣ ଗାନ କରାଯିବା ସହିତ ତାଙ୍କ ଜୀବ ଦଶାରେ ଜଗତସିଂହପୁର ଜିଲା ତଥା ବିଜେଡ଼ି ଦଳ ପାଇଁ ତାଙ୍କ ଅବଦାନ ବିଷୟରେ ଉଲେଖ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ତାରାକାନ୍ତ ଜେନା, ଜିଲା ପରିଷଦ ସଭ୍ୟା ଡ଼େଜାଲିନ୍ ମହାପାତ୍ର, ଓଡ଼ିଶା ମୋ ପରିବାରର ସଦସ୍ୟ ଡ଼ ସୁରେନ୍ଦ୍ର ନାଥ ମହାପାତ୍ର,  ସାଂସଦ ପ୍ରତିନିଧି ଗୌତମ ପାଲିତ, ମହିଳା ନେତ୍ରୀ ଶାନ୍ତିଲତା ଦ୍ୱିବେଦୀ, ସମିତି ସଭ୍ୟ  ସରୋଜ କୁମାର ଦାଶ, ରବିନ୍ଦ୍ର ନାଥ ସ୍ୱାଇଁ, ରବିନ୍ଦ୍ର ବିଶ୍ୱାଳ , ପ୍ରଭୁଦତ ମହାନ୍ତି, ସରୋଜ କୁମାର ସାହୁ, ଜିଲା ଯୁବ ବିଜେଡ଼ି ଉପ ସଭାପତି ମାନସ ଦାସ, ଅନ୍ତର୍ଯ୍ୟାମୀ ସାମଲ, କୁଂଜ ବିହାରୀ ସ୍ୱାଇଁ, ଅମିତ ମହାପାତ୍ର, ସରପଂଚ ସୂର୍ଯ୍ୟନାରାୟଣ ନାୟକ, ମନେରଜ ସେଠୀ,  ଶିବରାମ ସାହୁ, ସରପଂଚ ଶୁଭ୍ରାନ୍ତ ସ୍ୱାଇଁ, ଅନିଲ ମହାନ୍ତି , ଭାସ୍କର ପଟ୍ଟନାୟକ, ସଂଜୟ ମଲିକ, ମନ ସ୍ୱାଇଁ, ପାପାଲି ରଣା, ବିଏନ ଅର୍ପଣ, ବସନ୍ତ ବାରିକ, ଅଜୟ ଦାସ, ସରପଂଚ ଜାନକୀ ବଲଭ ସ୍ୱାଇଁ, ବିନୋଦ ମଲିକ, ସରପଂଚ ଡ଼ମ୍ବରୁ ଧର ବେହେରା, ସରପଂଚ ପ୍ରମୋଦ ଜେନା,  ସରପଂଚ ଶର୍ମିଷ୍ଠା ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ସେହିପରି ରେଢ଼ୁଆ ପଂଚାୟତସ୍ଥିତ ବୃନ୍ଦାବନଚନ୍ଦ୍ର ମଠ ପରିସରରେ ରଘୁନାଥପୁର ବ୍ଲକ୍ ଅଧ୍ୟକ୍ଷା ତଥା ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ସ୍ୱପ୍ନାସରିତା ବଳଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶ୍ରଦ୍ଧାଂଜଳୀ ସଭାରେ ପୂର୍ବତନ ସରପଂଚ ବିଜନ ମହାପାତ୍ର ସଭାପତିତ୍ୱ କରିଥିବାବେଳେ ଜିଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ, ସରୋଜ କୁମାର ରାୟ, ଭଗବାନ ସ୍ୱାଇଁ, ଖୋକନ ରାୟ, ବଳରାମ ନାୟକ ,ଶରତ ଚନ୍ଦ୍ର ପଣ୍ଡା, ବସନ୍ତ ଦାସ, ଯୋଶେଫ ସ୍ୱାଇଁ, ତପନ ମଲିକ, ନୃସିଂହ ଜେନା, ନୀରାକାର ଖୁଂଟିଆ, ସରପଂଚ ଶେଷଦେବ ସେଠୀ, ବ୍ଲକ୍ ଯୁବ ବିଜେଡ଼ି ସଭାପତି ସରୋଜ କୁମାର ଦାସ, ଶ୍ରୀନିବାସ ନାୟକ, ସରପଂଚ କବିତା ନାୟକ, ଗୋଲକ ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାଂଜଳୀ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ତଅଁରା ପଂଚାୟତ ଶାଳିଜଙ୍ଗାସ୍ଥିତ ସିରିଡ଼ି ସାଇ ସେବା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ଶ୍ରଦ୍ଧାଂଜଳୀ କାର୍ଯ୍ୟକ୍ରମରେ ଇଂ ବାବାଜୀ ଚରଣ ଜେନା, ଦିଲିପ କୁମାର ରଥ,  ବିଜୟ ପାଲଟାସିଂ, ପାର୍ଥଶଖା ପାଲଟାସିଂ, ନୀରୂପମା ପାଲଟାସିଂ, ପ୍ରଭାକର ମହାପାତ୍ର, ଘନଶ୍ୟାମ ସ୍ୱାଇଁ,ଧିରେନ୍ ମୁଦୁଲୀ, ବିଶ୍ୱଜିତ ଦାସ ପ୍ରମୁଖ ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ । ଛପଡ଼ା ପଂଚାୟତ ଗନାଇଲୋ ଠାରେ ତାପସ ପାତ୍ର, ବିଶ୍ୱଜିତ ପାତ୍ର, ବିଶ୍ୱନାଥ ଓଝା, ମାନା ଖୁଂଟିଆ,ଦିବାକର ସାମଲ, ପ୍ରତ୍ୟୁଶ ବିଶ୍ୱାଳ, ଗଗନ ପରିଜା ଙ୍କ ସମେତ ଅନ୍ୟ ବିଜେଡ଼ି କର୍ମୀମାନେ ସ୍ୱର୍ଗତ ବିଷ୍ଣୁ ଦାସ ଙ୍କୁ ଶ୍ରଦ୍ଧାଂଜଳୀ ଜ୍ଞାପନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.