କଟକ, ୦୬/୦୭/୨୦୨୧(ଓଡ଼ିଶା ସମାଚାର)-କଟକ ସଦର ବ୍ଲକର ମାନ୍ୟବର ବିଧାୟକ ଚନ୍ଦ୍ର ସାରଥୀ ବେହେରା ନୂଆପଡା ସ୍ଥିତ ଶୁଭମ ବିଦ୍ୟା ନିକେତନର ମାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନୀତ କରିଛନ୍ତି । ୫୦ ନମ୍ବର ୱାର୍ଡର ବିଜେଡି ସଭାପତି ରମେଶ ଚନ୍ଦ୍ର ନାୟକଙ୍କ ଦ୍ଵାରା ନିକେତନର ଛାତ୍ରୀ ପ୍ରତିଶ୍ରୁତି ନାୟକ,ଭୂମିକା ବାରିକ,ଅଙ୍କିତା ପଣ୍ଡା ଏବଂ ପଞ୍ଚମ ଶ୍ରେଣୀରେ ବୃତ୍ତି ପ୍ରାପ୍ତ କରିଥିବା ଛାତ୍ରୀ ପ୍ରଜ୍ଞା ପାରାମିତା ଶଢଙ୍ଗୀଙ୍କୁ ବିଧାୟକଙ୍କ ଦ୍ଵାରା ପ୍ରଦତ୍ତ ସମ୍ମାନ ଅର୍ପଣ କରାଯାଇଛି । ଅଧ୍ୟକ୍ଷା ସ୍ମିତା ଶ୍ରୀ ପଣ୍ଡା ମାନ୍ୟବର ବିଧାୟକ,ସ୍ଥାନୀୟ ଗୁରୁଜନ ମଣ୍ଡଳୀ ଓ ଅଭିଭାବକ ମାନଙ୍କ ଦ୍ୱାରା ଦୀର୍ଘଦିନ ଧରି କରାଯାଇଥିବା ସହଯୋଗ,ବିଶ୍ଵାସ ଓ ଭରଷା ପାଇଁ କୃତଜ୍ଞତା ପ୍ରକଟ କରିଛନ୍ତି । ସୂଚନାଯୋଗ୍ୟ ମେଧାବିନୀ ଛାତ୍ରୀ ପ୍ରତିଶ୍ରୁତି ନାୟକ ଚଳିତ ମାଟ୍ରିକ ପରୀକ୍ଷାରେ ୯୪ ଶତକଡା ମାର୍କ ରଖି ରେକଡ଼ ସୃଷ୍ଟି କରିଛନ୍ତି । ଓଡ଼ିଶା ସମାଚାର