Sunday , November 28 2021
Home / ବିଶେଷ / ପାରିଶ୍ରମିକ ଟଙ୍କା ନ ପାଇବାରୁ ଠିକାଦାରଙ୍କ ପକ୍ଷରୁ  ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ

ପାରିଶ୍ରମିକ ଟଙ୍କା ନ ପାଇବାରୁ ଠିକାଦାରଙ୍କ ପକ୍ଷରୁ  ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ

କନ୍ଧମାଳ, ୦୬/୦୭/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) : ଘରେ ଘରେ ବିଜୁଳି ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଏନ ଟି ପିସି ଦ୍ଵାରା ଫିଡ଼ିକୋ କମ୍ପାନୀ ମାଧ୍ୟମରେ ଠିକାଦାର ଙ୍କୁ ନେଇ କାମ କଲେ ଏବଂ ଘର ଘରକୁ ବିଜୁଳି ପହଞ୍ଚାଇଲେ ,ହେଲେ କାମ କରିଥିବା ଠିକଦାର ଅପେକ୍ଷା କରି କରି ବକେୟା ପାଉଣା ଗଣ୍ଡାକ ପାଇଁ ପାରିଲେ ନାହିଁ । କେତେ ଆଉ ଅପେକ୍ଷା କରିଥାନ୍ତେ। ମାସେ କି ଦିମା ସ ନୁହେଁ ବର୍ଷ ବର୍ଷ ବିତି ଗଲାଣି।ହେଲେ କମ୍ପାନୀ କୌଣସି ପଦକ୍ଷପ ନେଉନାହିଁ ।ଯାହାରି ଫଳରେ ବାଧ୍ୟ ହୋଇ ଏଭଳି ଅଭିଯୋଗ ଆଣିଛନ୍ତି ଫିଡକୋ ବିରୁଦ୍ଧରେ ।କିଏ ଘରୁ ସୁନା ଅଳଙ୍କାର ବନ୍ଧା ପକାଇଛି ତ ଆଉକିଏ ବ୍ୟାଙ୍କ ରୁ ଲୋନ ଆଣି କାମ କରିଛି ।ନିଜର ପାରିଶ୍ରମିକ ବକେୟା ଟଙ୍କା ନ ପାଇବାରୁ ବହୁ ଶ୍ରମିକ ଏନେଇ କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ ସ୍କାରକ ପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ,ଜିଲ୍ଲାର କିଛି ଠିକାଦାର ସହ ବହୁ ଶ୍ରମିକ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତକରଣ ଯୋଜନା କାର୍ଯ୍ୟ ନେଇ କରିଥିବା ଫିଡକୋରେ କାର୍ଯ୍ୟ କରିଥିଲେ। ହେଲେ କମ୍ପାନୀ କାର୍ଯ୍ୟରତ ଶ୍ରମିକମାନଙ୍କ ବକେୟା ପାଉଣା ନ ଦେଇ ଛୁ ମାରିଛି । ବକେୟା ପାଉଣା ମାଗିଲେ କମ୍ପାନୀ ରେ କାଯ୍ୟରତ କର୍ମଚାରୀ  ଓଲଟା ଧମକ ଦେଉଛନ୍ତି ବୋଲି ଶୁଭକାନ୍ତ ପ୍ରଧାନ। ନୃସିଂହ ନନ୍ଦ, ବସନ୍ତ ପଣ୍ଡା, ମଦନପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି ।କୋରୋନା ମହାମାରି ସମୟରେ ସେମାନେ କାମ ଧନ୍ଦା ଏତେଟ। ନ ଥିବାରୁ ଦୁଃଖ କଷ୍ଟରେ ପରିବାର ଚଳାଉଥିବାବେଳେ କମ୍ପାନୀ କତୃପକ୍ଷ ବକେୟା ପାଉଣା ଗଣ୍ଡାକ ବି ହେଉନି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ସେମାନଙ୍କ ବକେୟା ପାଉଣା ମିଳିବା ର ବ୍ୟବସ୍ଥା କରିଦେବା ପାଇଁ ପ୍ରଭାସ ସାହୁ, ବିରୁପାକ୍ଷ କହଁର, ପ୍ରମୋଦ ମଲିକ, ରଞ୍ଜିତ ମଲିକ, ଜିତେନ୍ଦ୍ର ଖଟୁଆ ,ଶ୍ୟାମଘନ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି । ଓଡିଶା ସମାଚାର

About admin

Check Also

ସ୍ୱାଭିମାନି, ସଂଗ୍ରାମୀ ଓ ସମାଜସେବୀଙ୍କ ବନ୍ଧୁ ମିଳନ

କେନ୍ଦ୍ରାପଡ଼ା, ୨୮/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋସ୍ଥିତ ପଥରକଣୀ ମନ୍ଦିର ପରିସରରେ ଶନିବାର କେନ୍ଦ୍ରାପଡାର ସ୍ୱାଭିମାନି, ସଂଗ୍ରାମୀ ଓ ସମାଜସେବୀମାନଙ୍କର …

Leave a Reply

Your email address will not be published. Required fields are marked *