କଟକ, ୦୫/୦୭/୨୦୨୧(ଓଡ଼ିଶା ସମାଚାର)- କଟକ ନର୍ଥ ଡ଼ିଭିଜନ୍ ଜଳସମ୍ପଦ ବିଭାଗ ଅଧିନରେ ଥିବା ମହାନଦୀର ଶାଖାନଦୀ ସୁକପାଇକା ନଦୀର ଉତରପାଶ୍ୱର୍ ନଦୀବନ୍ଧ ରାସ୍ତାର ଉନ୍ନତି କରଣ କରାଯିବ । ମହାନଦୀ ତଟର ସୁରକ୍ଷା ଓ ନଦୀବନ୍ଧ ରାସ୍ତାର ଉନ୍ନତିକରଣ ଯୋଜନାରେ ଏହାର ଉନ୍ନତି କରଣ କାର୍ଯ୍ୟ ଖୁବ୍ ଶୀଘ୍ର କରାଯିବ । ବାବୁଜଙ୍ଗ ଶେଷ ଅର୍ଥାତ ପିଁପୁର ଆରମ୍ଭ ରୁ ଉତରକୂଳ, ଧାରିବିଲ, ଓଡ଼ଖଣ୍ଡ, ଜୟତଳଙ୍ଗ ଦେଇ ସାନନୟନପୁର ପର୍ଯ୍ୟନ୍ତ ସୁକପାଇକା ନଦୀର ଉତରପାଶ୍ୱର୍ ନଦୀବନ୍ଧ ରାସ୍ତାର ଉନ୍ନତି କରଣ କରାଯିବ । ରାସ୍ତାକୁ ଚଉଡ଼ା କରାଯିବା ସହିତ ସୁଦୃଢ଼ୀକରଣ କରାଯିବ । ଆବଶ୍ୟକ ସ୍ଥଳରେ ପଥର ପ୍ୟାକିଙ୍ଗ କରାଯିବ । ଏଥିପାଇଁ ୯ କୋଟି ୯୩ ଲକ୍ଷ ଟଙ୍କାର (ପାଖା ପାଖି ୧୦ କୋଟି ଟଙ୍କାର )ଏକ ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି । ଖୁବ ଶୀଘ୍ର ଏହାର ଟେଣ୍ଡର ହେବାକୁ ଯାଉଛି । ଏହି ନଦୀବନ୍ଧ ରାସ୍ତାର ଉନ୍ନତିକରଣ କରାଗଲେ ବିଶେଷ କରି ଉପରୋକ୍ତ ଗ୍ରାମ ଗୁଡ଼ିକର ଜନସାଧାରଣ ଉତମ ଗମନା ଗମନ ସୁବିଧା ପାଇ ପାରିବେ ବୋଲି ବିଭାଗର ଜଣେ ବରିଷ୍ଠ ଯନ୍ତ୍ରୀ ପ୍ରକାଶ କରିଛନ୍ତି । ଟେଣ୍ଡର ପ୍ରକ୍ରିୟା ଶେଷ ହେଲେ ଖୁବ ଶୀଘ୍ର ମଧ୍ୟ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି । ଓଡ଼ିଶା ସମାଚାର