କେନ୍ଦ୍ରାପଡ଼ା, ୦୫/୦୭/୨୦୨୧(ଓଡ଼ିଶା ସମାଚାର)- ଜନୈକ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର କରାଯାଇଥିବା ନେଇ ସଦର ଥାନାରେ ସଂପୃକ୍ତ ଯୁବତୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ସେହି ଅଭିଯୋଗକୁ ଭିତିକରି ସଦର ଥାନା ପୋଲିସ ୩୭୨/୨୦୨୧ରେ ଆଇପିସିର ୪୧୭.୪୯୩,୩୭୬(୨)(ଏନ),୨୯୪ ଓ ୩୨୩ ଦଫାରେ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ସଦର ଥାନା ଅନ୍ତର୍ଗତ ଖଣ୍ଡିଆବନ୍ଧ ଗ୍ରାମର ମନୋରଞ୍ଜନ ଜେନା(୩୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅଭିଯୋଗ ଅନୁଯାଇ ସଦର ଥାନା ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମର ଜନୈକ ୨୮ବର୍ଷର ଯୁବତୀଙ୍କ ସହିତ ମନୋରଞ୍ଜନଙ୍କର ୪ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା । ମନୋରଞ୍ଜନ ବିବାହର ପ୍ରତିଶୃତି ଦେଇ ସଂପୃକ୍ତ ଯୁବତୀଙ୍କୁ ବାରମ୍ବାର ବଳାତ୍କାର କରିଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ । ସେହି ଅଭିଯୁକ୍ତ ଜଣକ ବିଦୁ୍ୟତ ବିଭାଗର ଜଣେ କର୍ମଚାରୀ ବୋଲି ଜଣାପଡିଛି । ଓଡ଼ିଶା ସମାଚାର