Wednesday , October 4 2023
Breaking News
Home / ବିଶେଷ / ଦୋକାନ ଘର ଉପରେ ବଜ୍ରପାତ :  ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଦୋକାନ ଘର ଉପରେ ବଜ୍ରପାତ :  ଜଣେ ମୃତ, ଅନ୍ୟ ଜଣେ ଗୁରୁତର

 ମାହାଙ୍ଗା, ୦୫/୦୭/୨୦୨୧(ଓଡିଶା ସମାଚାର / ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଗତକାଲି ସନ୍ଧ୍ୟା ରେ ପ୍ରବଳ ବର୍ଷା ସହ ଘଡଘଡି ମାରିବାରୁ ବାଲି ପଡିଆ ଗ୍ରାମର   ୩୮ ବର୍ଷୀୟ ନରେନ୍ଦ୍ର ଜେନା ଙ୍କ ମୃତ୍ୟୁ ହୋଇଥିବାବେଳେ  ଅରିଲୋ ଗ୍ରାମର ୩୦ ବର୍ଷୀୟ  କୃଷ୍ଣପ୍ରସାଦ ରାଉତ ଗୁରୁତର ହୋଇଥିଲେ । ତେବେ ବର୍ଷା ଆଉ ବଜ୍ରପାତ  ସମୟରେ ବାଲି ପଡିଆ ବଜାର ଠାରେ ଏକ ଦୋକାନ ନିକଟରେ ଆଶ୍ରୟ ନେଇଥିଲେ ଏହି ଦୁଇ ଜଣ । ସ୍ଥାନୀୟ ଲୋକେ ଉଦ୍ଧାର କରି ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ସେଠାରେ ଡ଼ାକ୍ତର ନରେନ୍ଦ୍ର କୁ ମୃତ ଘୋଷଣା କରିଥିଲା ବେଳେ ଗୁରୁତର ଥିବା କୃଷ୍ଣପ୍ରସାଦଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିବା ଜଣାପଡିଛି   । ଓଡିଶା ସମାଚାର

Leave a Reply

Your email address will not be published. Required fields are marked *