କେନ୍ଦ୍ରାପଡ଼ା, ୦୫/୦୭/୨୦୨୧(ଓଡ଼ିଶା ସମାଚାର)- ନିକିରାଇ ଥାନା ଅନ୍ତର୍ଗତ ଢୋଲ ଗ୍ରାମର ମା ମଙ୍ଗଳା ବିଦ୍ୟାପୀଠରୁ ଚଳିତମାସ ୧ତାରିଖ ବିଳମ୍ବିତ ରାତିରେ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ନିର୍ମଳ କୁମାର ନାୟକ ଅଭିଯୋଗ କରିଛନ୍ତି ଯେ ବିଦ୍ୟାପୀଠରେ ଜଣେ ପିଅନ ଶୋଇଥିବା ବେଳେ ସେହି ଘରକୁ ବାହାର ପଟୁ ତାଲା ପକାଇ ବନ୍ଦ କରି ସ୍କୁଲର ରୁମରେ ପଡିଥିବା ତାଲାକୁ ଲୁହାରଡରେ ତଡାଯାଇ ୨୧ହଜାର ଟଙ୍କା ମୂଲ୍ୟର ୨ଟି ଆକୁଆଗାର୍ଡ ଚୋରି କରିନିଆଯାଇଛି । ସେହି ଚୋରୀ ଘଟଣାରେ ନିକିରାଇ ଥାନା ପୋଲିସ ସୁନିଲ ରାଉତ ଏବଂ ପପୁ ରାଉତ ନାମକ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୁତ୍ରରୁ ଜଣାପଡିଛି । ଓଡ଼ିଶା ସମାଚାର