Saturday , June 3 2023
Breaking News
Home / ବିଶେଷ / ଜମିବାଡି ବିବାଦକୁ ନେଇ ଶାରୀରିକ ଭିନ୍ନକ୍ଷମଙ୍କୁ ଠେଙ୍ଗାରେ ପିଟି ହତ୍ୟା ଅଭିଯୋଗ

ଜମିବାଡି ବିବାଦକୁ ନେଇ ଶାରୀରିକ ଭିନ୍ନକ୍ଷମଙ୍କୁ ଠେଙ୍ଗାରେ ପିଟି ହତ୍ୟା ଅଭିଯୋଗ

ଜଣେ ଅପରାଧୀ ଆତ୍ମସମର୍ପଣ କରିଥିବା ବେଳେ ଅନ୍ୟ ଜଣେ ଫେରାର
କେନ୍ଦ୍ରାପଡ଼ା, ୦୫/୦୭/୨୦୨୧(ଓଡ଼ିଶା ସମାଚାର)- ଜନୈକ ଶାରୀରିକ ଭିନ୍ନକ୍ଷମଙ୍କୁ ପୂର୍ବ ଜମିବାଡି ବିବାଦକୁ ନେଇ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିବା ନେଇ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି । ଘଟଣା ଅନୁଯାଇ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଖସାଡି ଗ୍ରାମର ନନ୍ଦ କିଶୋର ସ୍ୱାଇଁ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ଶାରୀରିକ ଭିନ୍ନକ୍ଷମ ଏକାଦଶୀ ସ୍ୱାଇଁ ରବିବାର ସକାଳ ପ୍ରାୟ ୮ଟା ସମୟରେ ଘରୁ ଛୋଟେଇ ଛୋଟେଇ ଚାଲି ଚାଲି ଶୋ÷÷ଚ ହେବାକୁ ଯାଉଥିବା ସମୟରେ ସେହି ଗ୍ରାମର ନିଧିରାମ ସ୍ୱାଇଁ ଓ ତାଙ୍କ ପୁଅ ସନ୍ତୋଷ ପଛପଟରୁ ଏକାଦଶୀର ମୁଣ୍ଡକୁ ଠେଙ୍ଗାରେ ଏକ ପାହାର ଦେବାରେ ସେ ତଳେ ପଡିଯାଇଥିଲା । ଏକାଦଶୀ ତଳେ ପଡିଯିବା ପରେ ନିଧିରାମ, ତାଙ୍କ ପୁଅ ସନ୍ତୋଷ ଓ ତାଙ୍କ ପତ୍ନୀ ଏକାଦଶୀକୁ ଜୀବନରେ ମାରିଦେବା ଉଦେଶ୍ୟରେ ଠେଙ୍ଗାରେ ପିଟି ଚାଲିଥିଲେ । ଫଳରେ ସେ ଅଚେତ ହୋଇ ପଡିଯାଇଥିଲା । ସ୍ଥାନୀୟ ଲୋକମାନେ ସେଠାକୁ ଆସୁଥିବା ଦେଖି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଖସି ପଳାଇଯାଇଥିଲେ । ପରେ ଖବର ପାଇ ପୋଲିସ ପହଂଚି ଏକାଦଶୀକୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଭିନ୍ନକ୍ଷମ ଏକାଦଶୀ ଦିଲ୍ଲୀରେ ବ୍ୟବସାୟ କରନ୍ତି । କରୋନା ଜନିତ କଟକଣା ଲାଗୁ ହେବା ପରେ ସେ କିଛିଦିନ ପୂର୍ବରୁ ଘରକୁ ଆସିଥିଲେ । ଜମିବାଡି ବିବାଦ ନେଇ ତାଙ୍କର ସେହି ଗ୍ରାମର ନିଧିରାମଙ୍କ ପରିବାର ସହିତ ବିବାଦ ଲାଗି ରହିଥିଲା । ନିଧିରାମ ଏକାଦଶୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ସୁଯୋଗ ଅପେକ୍ଷାରେ ଥିଲେ । ଏସମ୍ପର୍କରେ ସଦର ଥାନାରେ ଏକାଦଶୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲେବି ପୋଲିସ ଘଟଣାକୁ ଗୁରୁତ୍ୱ ଦେଇନଥିଲା । ଫଳରେ ଏଭଳି ଏକ ହତ୍ୟା କାଣ୍ଡ ଘଟିଗଲା । ସଦର ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି । ହତ୍ୟାକାଣ୍ଡ ପରେ ଅପରାଧୀ ନିଧିରାମ ସ୍ୱାଇଁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ହତ୍ୟାକାଣ୍ଡରେ ଜଡିତ ଅନ୍ୟ ଜଣେ ଅପରାଧୀ ସନ୍ତୋଷ ସ୍ୱାଇଁ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛିି । ଓଡ଼ିଶା ସମାଚାର

Leave a Reply

Your email address will not be published.