Sunday , March 26 2023
Breaking News
Home / ବିଶେଷ / ଅନନ୍ତ ତୁଳସୀ ପକ୍ଷରୁ ବନ ମହୋତ୍ସବ ପାଳିତ

ଅନନ୍ତ ତୁଳସୀ ପକ୍ଷରୁ ବନ ମହୋତ୍ସବ ପାଳିତ

ଗରଦପୁର, ୦୫/୦୭/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ତହସିଲ ନିକଟସ୍ଥ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ପାଖଡ଼ ଗ୍ରାମସ୍ଥିତ ଅନନ୍ତ ତୁଳସୀ ପରିବେଷ ସୁରକ୍ଷା ପରିଷଦ ପକ୍ଷରୁ ଆଜି ୭୨ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି । ଏଥିରେ ପ୍ରକୃତି ବନ୍ଧୁ ଦ୍ୱାରିକାନାଥ ସେନାପତି ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମରେ ଗରଦପୁର ତହସିଲଦାର ଅଶୋକ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତି ପରିବାରର ସମସ୍ତ ସଦସ୍ୟ ଗୋଟିଏ ଲେଖାଏ ଗଛ ଲଗାଇଲେ ବନ ମହୋତ୍ସବ ସାର୍ଥକ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଉତ୍ସବରେ ମୁଖ୍ୟ ବକ୍ତା ବିଶିଷ୍ଟ ପରିବେଶବିତ୍ ହେମନ୍ତ କୁମାର ରାଉତ ଯୋଗଦେଇ ସୁସ୍ଥ ପରିବେଶ ପାଇଁ ଓ ଅମ୍ଳଯାନ ବୃଦ୍ଧି ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଉତ୍ସବରେ ସମାନୀୟ ଅତିଥି ଭାବେ କବି ସିଦ୍ଧାନ୍ତ ଶଙ୍କର ରାୟ, ସାମ୍ବାଦିକ ଦେବଦତ ଦାସ, ଉପାଧ୍ୟକ୍ଷ ଦେବକୁମାର ପାଣି, ସମାଜସେବୀ ଅରୁଣ କୁମାର ପଣ୍ଡା ବୃକ୍ଷ ହିଁ ଆମର ପ୍ରକୃତ ବନ୍ଧୁ ବୋଲି ମତ ବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଷଦର ସ୍ୱାଧୀନ ସେନାପତି, କୁଷ ଚନ୍ଦ୍ର ସାହୁ, ଉଦୟନାଥ ଚୌଧୁରୀ, ନାରାୟଣ ମହାନ୍ତି , ଶିଶିର କୁମାର ପରିଡ଼ା, ଗୌରହରି ରଥ, ବଂଶିଧର ସାହୁ,ଶିଶିର କୁମାର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ପ୍ରାମ୍ଭରେ ଅତିଥିମାନେ ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ଚାରା ରୋପଣ କରିଥିଲେ । ପରିଶେଷରେ କୋଷାଧ୍ୟକ୍ଷ ତ୍ରିଲୋଚନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.