କଟକ, ୦୪/୦୭/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ୪୨ ମୌଜ଼ା ଉପକଣ୍ଠ ୧୦ଖଣ୍ଡ ମୌଜାର ୨୦୦ ଏକର ଚାଷଜମି ଜଳବନ୍ଦି ସମସ୍ୟା ଥିବାବେଳେ ବେଣ୍ଟକାର ଓ ଝାରକଟା ପଂଚାୟତରେ ଥିବା ଶହଶହ ଏକରଚାଷ ଜମିରୁ ଜଳ ନିଷ୍କାସନ ପାଇଁ ୪୨ ମୌଜା ମୁଖ୍ୟ ରାସ୍ତା ବେଣ୍ଟକାର କଣ୍ଟୁଣିଆ ଠାରେ ପ୍ଳଟନଂ.୧୫୩୮ ବେଣ୍ଟକାର ଗ୍ରାମର କଣ୍ଟୁଣିଆ ଶେଷଭାଗ ଏବଂ କଳପଡା ମୌଜାର ଆରମ୍ଭ ପ୍ଳଟନଂ.୨୦୩୭ ଗ୍ରାମ ଗୋବିନ୍ଦପୁର ମୁଖ୍ୟରାସ୍ତା ପାଖରେ ୪ ଫୁଟର ଏକ ପୋଲ ଅଛି ଏହି ପୋଲ ଦ୍ୱାରା ବେଣ୍ଟକାର,ଶିଶୁଆ,ଝାରକଟା,ଗୋବିନ୍ଦପୁର ଓ ଶ୍ରୀରାମ ଗହିରରେ ଥିବା ଚାଷ ଜମିରୁ ଜଳ ନିଷ୍କାସନହୋଇ ମଲିଆକୁ ଯାଇଥାଏ କିଛିଦିନ ହେବ ପ୍ଳଟନଂ ୨୦୩୬ ଓ ୨୦୩୭ ରେ ତଥା ପୋଲ ଓ ସରହଦକୁ ଜବଦଖଲ କରାଯିବା ଦ୍ୱାରା ଏହି ୧୦ ଖଣ୍ଡ ମୌଜାର ଚାଷଜମି ପାଣି ବନ୍ଦି ହୋଇ ଫସଲନଷ୍ଟ ହବାର ଆଶଙ୍କା ରହିଛି ।ଏହି ଜବରଦଖଲକୁ ତୁରନ୍ତ ଉଛେଦ କରାଯିବାକୁ ବେଣ୍ଟକାର,ଝାରକଟା ପଂଚାୟତର ଗ୍ରାମବାସୀବୃନ୍ଦ ପତ୍ରମାଧ୍ୟମରେ ମାନ୍ୟବର ଜିଲ୍ଲାପାଳ,ତହସିଲଦାର ଓ ଜିଲ୍ଲାକୃଷିଅଧିକାରୀଙ୍କୁ ଏହି ସମସ୍ୟାର ପାଇଁ ଅନୁରୋଧ କରାଯାଇଛି । ଓଡ଼ିଶା ସମାଚାର