Wednesday , December 8 2021
Home / ବିଶେଷ / ସୂଚନା ଅଧିକାର କର୍ମୀ ବୈଠକ

ସୂଚନା ଅଧିକାର କର୍ମୀ ବୈଠକ

ଗରଦପୁର, ୦୪/୦୭/୨୦୨୧(ଓଡ଼ିଶା ସମାଚାର)-ଓଡ଼ିଶା ସୂଚନା ଅଧିକାର କେନ୍ଦ୍ରାପଡ଼ା ଜିଲାର ଗରଦପୁର ଶାଖା ତରଫରୁ ଆଜି ଗରଦପୁରସ୍ଥିତ ଜଗନ୍ନାଥ ମନ୍ଦିର ରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଗରଦପୁର ଶାଖାର ସୂଚନା ଅଧିକାର କର୍ମୀ ଙ୍କ ଆୟୋଜିତ ବୈଠକରେ ଜିଲା ସଂଯୋଜକ ପ୍ରତାପ ମହାନ୍ତି ସଭାପତିତ୍ୱ କରିଥିଲେ । ଏହି ବୈଠକରେ ସୂଚନା ଅଧିକାର କର୍ମୀଙ୍କ ଉପରେ ସରକାରୀ ବାବୁ ଓ ଶାସକ ଦଳ କର୍ମୀମାନେ ବିଭିନ୍ନ ପ୍ରକାର ର ମିଥ୍ୟା ମାମଲା ଦାୟର କରିବା ସହିତ ସୂଚନା ଦେବାରେ ହଇରାଣ କରୁଥିବାରୁ ବୈଠକରେ ନିନ୍ଦା କରାଯାଇଥିଲା । ଗରଦପୁର ବ୍ଲକ୍ ର ବିଡ଼ିଓ ଓ ସିଡ଼ିପିଓ କାର୍ଯ୍ୟାଳୟରେ ଠିକ ଭାବରେ ତଥ୍ୟ ପ୍ରଦାନ କରାଯାଉନଥିବା ଅଭିଯୋଗ ଉପରେ ପ୍ରଥମ ଅପିଲ ଶୁଣାଣି କରୁନାହାନ୍ତି । ଯାହା ସୂଚନା ଅଧିକାର ଆଇନର ଉଲଂଘନ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଥିଲେ । ଆବେଦନକାରୀଙ୍କୁ ସୂଚନା ମିଳୁନି ଏବଂ ଉଭୟ ଅଫିସ ଦୁର୍ନିତୀର ଗନ୍ତାଘର ପାଲଟିଛି ବୋଲି ଶଷ୍ରୀ ମହାନ୍ତି ଅଭିଯୋଗ କରିବା ସହିତ ସରକାରୀ ଯୋଜନା ସାଧାରଣ ଜନତାଙ୍କ ପାଇଁ ସାତ ସପନ ପାଲଟିଛି ବୋଲି ସେ କହିଥିଲେ । ଆଜିର ବୈଠକରେ ସର୍ବ ସମ୍ମତିକ୍ରମେ ଗରଦପୁର ଶାଖାର ବ୍ଲକ୍ ସଂଯୋଜକ ଭାବେ ସୂଚନା ଅଧିକାର କର୍ମୀ ପବିତ୍ର ପାଣି ଙ୍କୁ ମନୋନୀତ କରାଯାଇଥିଲା । ଏଥି ସହିତ ଅମରେଶ ସେନାପତି ସହ ସଂଯୋଜକ ଏବଂ ଅବସରପ୍ରାପ୍ତ ଶିକ୍ଷକ ସୁଧାଂଶୁ ମହାନ୍ତି ଓ ଫୀରୋଦ ପ୍ରସାଦ ସାହୁଙ୍କୁ ପରାମର୍ଶଦାତା ଭାବେ ମନୋନୀତ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନବାବ କୁମାର ପଣ୍ଡା, ସୁଜିତ ପଟ୍ଟନାୟକ, ରଂଜିତ କୁମାର ଜେନା ଉପସ୍ଥିତ ଥିବାବେଳେ ଗୋଲାମ ରସୁଲ ଖାନ୍ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଭିଜିଲାନ୍ସ ଜାଲରେ ଷଷ୍ଠ ବାଟାଲିୟନର ଓଏସଏପି ସୀପାହୀ

କଟକ ସଦର, ୦୭/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଓଏମପିସ୍ଥିତ ଷଷ୍ଠ ବାଟାଲିୟନରେ …

Leave a Reply

Your email address will not be published. Required fields are marked *