Tuesday , March 28 2023
Breaking News
Home / ରାଜନୀତି / ମୌସୁମୀର ଲୁଚକାଳି, ଚାଷକାମ ଆରମ୍ଭ ନ କରିପାରି ଚିନ୍ତାରେ

ମୌସୁମୀର ଲୁଚକାଳି, ଚାଷକାମ ଆରମ୍ଭ ନ କରିପାରି ଚିନ୍ତାରେ

ଚାଷୀ, ତୁରନ୍ତ କେନାଲରେ ପାଣି ଛାଡ଼ିବା ସହିତ ଉଠା ଜଳସେଚନ ପଏନ୍ଟ ମରାମତି କରିବାକୁ ଦାବି : ସମାଜବାଦୀ ପାର୍ଟି
ଭୁବନେଶ୍ୱର,୦୪/୦୭/୨୦୨୧(ଓଡ଼ିଶା ସମାଚାର)- ଜୁନ୍ ମାସରେ ୧୭ ପ୍ରତିଶତ ନିଅନ୍ଟିଆ ବର୍ଷା ଯୋଗୁ ୧୫୨ ବ୍ଲକରେ ଚାଷକାମ ଆରମ୍ଭ ହୋଇପାରି ନାହିଁ । ମୌସୁମୀର ଲୁଚକାଳି ଖେଳ ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ଫଳରେ ଚାଷୀ ବୁଣାବୁଣି ଓ ତଳି ପକାଇବା କାମ ଆରମ୍ଭ କରିପାରି ନାହିଁ । ତୁରନ୍ତ ଜମିକୁ ପାଣି ଯୋଗାଇ ଦେବା ପାଇଁ ବିଭିନ୍ନ କେନାଲରେ ପାଣି ଛାଡ଼ିବାକୁ ସମାଜବାଦୀ ପାର୍ଟି ଦାବି କରିଛି । ଏହା ସହିତ ଖରାପ ହୋଇ ପଡ଼ିଥିବା ଉଠା ଜଳସେଚନ ପଏନ୍ଟ ଗୁଡ଼ିକୁ ମରାମତି କରି ତାକୁ ବିଜୁଳି ସଂଯୋଗ ଦେବାକୁ ଦାବି କରାଯାଇଛି । ଯୁଦ୍ଧକାଳୀନ ଭିତିରେ ଚାଷୀର ଜମିକୁ ପାଣି ଯୋଗାଇ ଦେବା ସହ ବିହନ, ସାର ଓ କୀଟନାଶକ ଔଷଧ ଯୋଗାଇ ଦେବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି । କାଳିଆ ଯୋଜନାରେ ୩୦ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ୧୮ ଲକ୍ଷ ଚାଷୀଙ୍କୁ ପଠାଇଥିବା ୩୮୬ କୋଟି ଟଙ୍କା କାମରେ ଲାଗି ପାରିବ ଯଦି ଚାଷୀ ବିଲକୁ ଆମେ ପାଣି ଦେବା ସହିତ ତାକୁ ଠିକ୍ ସମୟରେ ସାର, ବିହନ ଓ କୀଟନାଶକ ବିହନ ଯୋଗାଇ ଦେଇପାରିବା । ତା ନହେଲେ ସେ ଟଙ୍କାକୁ ସେ ଅଣଚାଷ କାର୍ଯ୍ୟରେ ବ୍ୟୟ କରିବାକୁ ବାଧ୍ୟ ହେବ । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଦିଗରେ ଯୁଦ୍ଧକାଳୀନ ଭିତିରେ ପଦକ୍ଷେପ ନେବାକୁ ଶ୍ରୀ ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଏକ ପତ୍ର ଲେଖିଛନ୍ତି । ଏହି ପତ୍ରରେ ସେ ଦର୍ଶାଇଛନ୍ତି ଯେ, କୃଷିମନ୍ତ୍ରୀ ଓ ଶକ୍ତିମନ୍ତ୍ରୀ ଉଭୟ ଏକ ମିଳିତ ବୈଠକ କରି ନିଅନ୍ଟିଆ ବର୍ଷାଜନିତ ପରିସ୍ଥିତିର ସମୀକ୍ଷା କରିବା ସେଙ୍ଗ ସେଙ୍ଗ ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଆପଣ ତାଙ୍କୁ ନିର୍ଦ୍ଧେଶ ଦିଅନ୍ତୁ । ବେଳ ଥାଉ ଥାଉ ଯଦି ଅବହେଳା ପ୍ରଦର୍ଶନ କରାଯାଏ, ତାହେଲେ ବର୍ଷକ ପାଇଁ ଓଡ଼ିଶାବାସୀ ଖାଦ୍ୟ ନିଅର ସମ୍ମୁଖୀନ ହେବେ । ପାଣିପାଗ ବିଭାଗ ପକ୍ଷରୁ ହୋଇଥିବା ଆକଳନ ଅନୁଯାୟୀ ଜୁଲାଇ ୩ୟ ଓ ୪ର୍ଥ ସପ୍ତାହ ବେଳକୁ ହୁଏତ ମୌସୁମୀ ବର୍ଷା ଅନୁକୁଳ ହୋଇପାରେ ବୋଲି ପ୍ରକାଶ କରାଯାଇଛି । କିନ୍ତୁ ରାଜ୍ୟ ସରକାର ବିଶେଷତଃ କୃଷି, ଜଳସେଚନ, ଶକ୍ତି ଓ ସମବାୟ ବିଭାଗ ଏ ଦିଗରେ ଯୁଦ୍ଧକାଳୀନଭିତିରେ ପଦକ୍ଷେପ ଗ୍ରହଣ କରି ଚାଷ ଓ ଚାଷୀ ସମସ୍ୟାକୁ ସମାଧାନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବିଭାଗଗୁଡ଼ିକୁ ଆବଶ୍ୟକୀୟ ନିର୍ଦ୍ଧେଶ ଦେବାକୁ ଶ୍ରୀ ବେହେରା ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.