ଜୁନାଗଡ଼ ,୦୪/୦୭/୨୦୨୧(ଓଡ଼ିଶା ସମାଚାର/ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲାରେ ଚାଷୀ ମାନେ ରବି ଋତୁ ଧାନ ଚାଷରେ ଠିକ ସମୟରେ ଅମଳ କରିଥିଲେ ମଧ୍ୟ ମଣ୍ଡିରେ ବିକ୍ରି କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ।ସମସ୍ୟା ବଢୁଛି ସିନା ସମାଧାନ ହେଉନି।ପ୍ରକାଶ ଥାଉ ଏହି କି ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସିଗ। ପେକ୍ସ ଅଧୀନରେ ଥିବା ଚିଲକପୁର ମଣ୍ଡିରେ ଗତ ମେ ମାସର ୧୭, ୧୮ ଓ ୧୯ ତାରିଖରେ ଧାନ ବିକ୍ରି କରିବା ପାଇଁ ଆସିଥିବା ୬୦ ଜଣ ଚାଷୀଙ୍କ ଟୋକନ ଲାପ୍ସ ହେବା ଯୋଗୁ ଚାଷୀ ମାନେ ଧାନ ବିକ୍ରି କରିବା ରୁ ବଞ୍ଚିତ ହେଇଛନ୍ତି ।ବର୍ତ୍ତମାନ ଖୋଲା ଆକାଶ ତଳେ ପ୍ରାୟ ୩୪୩୫ କୁଇଣ୍ଟାଲ ଧାନ ବିକ୍ରି ନ ହୋଇ ମଣ୍ଡିରେ ପଡିରହିଛି ।ଚାଷୀମାନେ ଟୋକନ ଆସିବ ବୋଲି ଅପେକ୍ଷା କରି ରାତି ଦିନ ମଣ୍ଡିରେ ଧାନ କୁ ଜଗି ରହିଛନ୍ତି।ଶେଷରେ ଚାଷୀ ମାନଙ୍କୁ ନିରାଶ ହେବାକୁ ପଡିଛି ।ମୌସୁମୀ ଆଗମନ ଯୋଗୁଁ ତୁହାକୁ ତୁହା ବର୍ଷା ହେଉଛି । ତାରପୋଲିନ ଦେଇ ଚାଷୀ ଧାନକୁ ଘୋଡାଇ ରଖିଛି ।ତଥାପି ମଣ୍ଡିରେ ଥିବା ଧାନ ଭିଜୁଛି ।ଚିଲକପୁର ମଣ୍ଡିରେ ଖୋଲା ଆକାଶ ତଳେ ଧାନ ଗଦା ଥିବାରୁ ମଣ୍ଡିରେ ବର୍ଷା ପାଣି ଜମି ରହୁଛି ।ବର୍ତ୍ତମାନ ଚାଷୀ ଧାନ ବିକ୍ରି କଲେ ଖରିଫ ଚାଷ କରିବା ପାଇଁ ବିହନ ସାର ଏବଂ କିଣିବା ସହିତ ନିଜର ପରିବାର ପ୍ରତିପୋଷଣ କରି ପାରନ୍ତେ ।ବର୍ତମାନ ମଣ୍ଡି ଗୁଡିକ ଗତ ବୁଧବାର ଦିନ ଠାରୁ ବନ୍ଦ ହୋଇଥିବା ଜାଣି ଧାନ ବିକ୍ରି ହେବ କି ନାହିଁ ସେହି ଚିନ୍ତାରେ ଚାଷୀମାନେ ପଡିରହିଛନ୍ତି ।ଲୋକ।ଲ ରେ କେତେ ଟଙ୍କାରେ ମିଲରସ ଧାନ କିଣିବ ତାହା ଏଯାଏଁ ସ୍ଥିର ହୋଇ ନ ଥିବା ଯୋଗୁଁ ମଣ୍ଡିରୁ ଧାନ ଉଠୁନାହିଁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି ।ଏପଟେ ଚାଷୀ ମାନଙ୍କ ସୁବିଧା ପାଇ ବିଜେପି ପକ୍ଷରୁ ମଣ୍ଡିରେ ଥିବା ଧାନ ଗୁଡିକୁ ତୁରନ୍ତ ଉଠାଇବା ପାଇଁ ବିଜେପି କୃଷକ ମୋର୍ଚା ତରଫରୁ ଜୁନାଗଡ଼ ହାତୀ ନଦୀ ଏନଏଚ ରାସ୍ତାରେ ବିକ୍ଷୋଭ ଏବଂ ରାସ୍ତାରୋକ କରାଯାଇ ଥିଲା । ଏଣୁ ଚାଷୀ ମାନଙ୍କ ହିତ ନିମନ୍ତେ ତୁରନ୍ତ ମଣ୍ଡିରେ ପଡି ରହି ଥିବା ଧାନ ଗୁଡିକୁ ଶୀଘ୍ର ଉଠାଇବା ପାଇଁ ଚାଷୀମାନେ ଦାବି କରିଛନ୍ତି ।ଓଡ଼ିଶା ସମାଚାର