ଜଗତସିଂହପୁର,୦୪/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ଜିଲାରେ ମୋଟ୍ ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାଲିକୁଦା ବ୍ଲକ୍ ରେ ୧୬ ଜଣ, ବିରିଡ଼ି ବ୍ଲକ୍ ରେ ୯ ଜଣ, ଏରସମା ବ୍ଲକ୍ ରେ ୧୦ ଜଣ, କୁଜଙ୍ଗ ବ୍ଲକ୍ ରେ ୧୪ ଜଣ, ନାଉଗାଁ ବ୍ଲକ୍ ରେ ୮ ଜଣ, ତିର୍ତୋଲ ବ୍ଲକ୍ ରେ ୧୭ ଜଣ, ରଘୁନାଥପୁର ବ୍ଲକ୍ ରେ ୧୬ ଜଣ, ଜଗତସିଂହପୁର ବ୍ଲକ୍ ରେ୧୧ ଜଣ, ପାରାଦୀପ ୟୁଏଲବି ୧୧ ଜଣ ଏହିପରି ମୋଟ୍ ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂଙ୍କ୍ରମିତ ସଂଖ୍ୟା ୨୨୭୮୨ ରେ ପହଂଚିଥିବାବେଳେ ୨୧୭୫୮ ଜଣ ସୁସ୍ଥ ହୋଇଛନ୍ତି । ଆଜି ୧୪୫ ଜଣ ସୁସ୍ଥ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ୨ମୃତକ ଙ୍କ ମଧ୍ୟରେ କୁଜଙ୍ଗ ଅଂଚଳର ଜଣେ ୬୨ ବର୍ଷ ବୟସ୍କ ପୁରୁଷ ଙ୍କର ମୃତ୍ୟୁ ହୋଇଥିବାବେଳେ ପାରାଦୀପ ଅଂଚଳର ଜଣେ ୪୬ ବର୍ଷ ବୟସ୍କ ପୁରୁଷ ମୃତ୍ୟୁ ବରଣ କରିଛନ୍ତି । ଓଡ଼ିଶା ସମାଚାର