Monday , September 25 2023
Breaking News
Home / ବିଶେଷ / ସାରଙ୍ଗ – ମଧୁରକୂଳ ପାଟନାଳୀରେ ଜଳ ନିଷ୍କାସନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ସାରଙ୍ଗ – ମଧୁରକୂଳ ପାଟନାଳୀରେ ଜଳ ନିଷ୍କାସନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, ୦୩/୦୭/୨୦୨୧(ଓଡ଼ିଶା ସମାଚାର)- ସାରଙ୍ଗ ଠାରୁ ମଧୁରକୂଳ ପର୍ଯ୍ୟନ୍ତ ପାଟନାଳୀ ଦେଇ ପାଟଜମି ଗୁଡିକରୁ ଉଦବୃତ ଜଳ ନିଷ୍କାସନ ହୋଇଥାଏ । କିନ୍ତୁ କହ୍ନେଇପୁର ଗ୍ରାମର ପୂର୍ବ ପାଶ୍ୱର୍ରେ ସେହି ଗ୍ରାମର କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ପାଟନାଳୀକୁ ମାଟି ପକାଇ ପୋତିଦେଇଥିବାରୁ ଚଳିତ ଅଦିନିଆ ବର୍ଷାରେ ସେହି ପାଟନାଳୀ ଦେଇ ଉଦବୃତ ଜଳ ନିଷ୍କାସନ ହୋଇନପାରି ଚାଷଜମିରେ ଜମାଟ ହୋଇରହିଛି  ବୋଲି ବାଇପୁର, ଚଣ୍ଡିଆପଲ୍ଲୀ, କଂସାର ଓ ଏରା ଗ୍ରାମର ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେଣୁ ପାଟନାଳୀର ସେହି ଅବରୋଧକୁ ହଟାନଗଲେ ଚଳିତ ବର୍ଷ ସେହିସବୁ ଜମି ଗୁଡିକରେ ଧାନଛାଷ ହୋଇପାରିବ ନାହିଁ । ଫଳରେ ଜମି ପଡିଆ ରହିବା ସହିତ ଚାଷି ପରିବାର ଗୁଡିକ ଭୋକ ଉପାଶରେ ରହିବାକୁ ବାଧ୍ୟ ହେବେ । ଏଣୁ ସେହି ପାଟନାଳୀରୁ ଅବରୋଧ ତୁରନ୍ତ ହଟାଯିବାକୁ ଚାଷୀମାନଙ୍କ ପକ୍ଷରୁ ପରୀକ୍ଷିତ ବିଶ୍ୱାଳ, ବଂଶୀଧର ସାମଲ, ସୁରେଶ ଚନ୍ଦ୍ର ସ୍ୱାଇଁ, ଶାନ୍ତନୁ ନାୟକ, ରଘୁନାଥ ସାମଲ, ପ୍ରଦୀପ ବିଶ୍ୱାଳ,ବିଶ୍ୱଜିତ ସ୍ୱାଇଁ, ଶ୍ରୀରାମ ସାମଲ, ସତ୍ୟନାରାୟଣ ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *