Wednesday , May 31 2023
Home / ବିଶେଷ / ସାମରିକ ବାହିନୀରେ ଚାକିରୀ କରିଥିବା ପୁଅର ବାପାଙ୍କୁ ମାଡମାରିବା ଅଭିଯୋଗ

ସାମରିକ ବାହିନୀରେ ଚାକିରୀ କରିଥିବା ପୁଅର ବାପାଙ୍କୁ ମାଡମାରିବା ଅଭିଯୋଗ

କେନ୍ଦ୍ରାପଡ଼ା, ୦୩/୦୭/୨୦୨୧(ଓଡ଼ିଶା ସମାଚାର)- ପରିଣତ ବୟସରେ ଅତ୍ୟନ୍ତ ଦୁସ୍ଥିତି ମଧ୍ୟଦେଇ ଜୀବନ ନିର୍ବାହ କରୁଥିବା ବୃଦ୍ଧ ବାପାଙ୍କୁ ତାଙ୍କ ଜ୍ୟେଷ୍ଠପୁତ୍ର ମାଡମାରିବା ନେଇ ପାଟକୁରା ଥାନାରେ ବୃଦ୍ଧ ପିତା ଜଣଙ୍କ ଅଭିଯୋଗ କରିଛନ୍ତି ।  ପାଟକୁରା ଥାନା ଅନ୍ତର୍ଗତ ଆୟତପୁର (ମାହାରାକୂଳ) ଗ୍ରାମର ୬୫ବର୍ଷର ବୃଦ୍ଧ ସୁକାନ୍ତ ସାମଲ ଅଭିଯୋଗ କରିଛନ୍ତି ଯେ ତାଙ୍କର ବଡପୁଅ ସଞ୍ଜୟ ସାମଲ ସାମରିକ ବିଭାଗରେ ଚାକିରୀ କରୁଛନ୍ତି । ସଞ୍ଜୟ  ଦୁଇବର୍ଷ ହେବ ବାପାଙ୍କ ଠାରୁ ଅଲଗା ହୋଇ ପୃଥକ ରହୁଛନ୍ତି । କିନ୍ତୁ ନିଜ ପତ୍ନୀଙ୍କ ମିଥ୍ୟା କଥାରେ ବିଭିନ୍ନ ସମୟରେ ବୃଦ୍ଧ ବାପାଙ୍କ ସହ କଳିକଜିଆ,ଗଣ୍ଡଗୋଳ କରିବା ସହିତ ମାଡ ମାରୁଥିବା ନେଇ ସୁକାନ୍ତ  ଅଭିଯୋଗ କରି ଆସୁଛନ୍ତି । ନିଜ ପିତାଙ୍କୁ ଭରଣପୋଷଣ ଦେବା ତ ଦୁରର କଥା ପରିଣତ ବୟସରେ ପିତାଙ୍କ ଭଲମନ୍ଦ ମଧ୍ୟ ସଞ୍ଜୟ ବୁଝନ୍ତି ନାହିଁ ବୋଲି କହିଛନ୍ତି ସୁକାନ୍ତ । ଗତ ଜୁନମାସ ୨୬ତାରିଖରେ ସଞ୍ଜୟ ଘରେ ନଥିବା ସମୟରେ ତାଙ୍କ ପତ୍ନୀ ସୁକାନ୍ତଙ୍କ ସାନପୁଅ ସହିତ କଳିଗୋଳକରି ତାକୁ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲା । ସଞ୍ଜୟ ଘରକୁ ଫେରିିବା ପରେ ପତ୍ନୀ ତାର ସାନଭାଇ ତାକୁ ମାରିଛି ବୋଲି ମିଛ କହିଥିଲା । ଏଥିରେ ସଞ୍ଜୟ ଉତେଜିତ ହୋଇ ସାନଭାଇକୁ ମାଡମାରି ତାର ତନ୍ଟି ଚିପିଦେବାରେ ବାପା ସୁକାନ୍ତ ଏହାର ପ୍ରତିବାଦ କରିଥିଲେ । ଫଳରେ ସଞ୍ଜୟ ସାନଭାଇକୁ ଛାଡିଦେଇ ବାପା ସୁକାନ୍ତଙ୍କ ପାଖକୁ ଆସି ତାଙ୍କୁ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳିଦେଇ ବାପାଙ୍କ ତନ୍ଟିଚିପିଦେଇଥିଲା । ଏଥିସହିତ ସୁକାନ୍ତଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେବା ସହ ସେ ଆର୍ମିରେ ଚାକିରୀ କରିଛି ତାର କେହି କିଛି କରିପାରିବେ ନାହିଁ ବୋଲି ଚେତାବନୀ ଦେଇଥିବା ସୁକାନ୍ତ ଅଭିଯୋଗ କରିଛନ୍ତି । ପାଟକୁରା ଥାନା ପୋଲିସ ବୃଦ୍ଧ ସୁକାନ୍ତଙ୍କ ଅଭିଯୋଗ ଉପରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ସେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି  । ଓଡ଼ିଶା ସମାଚାର

Leave a Reply

Your email address will not be published.