ନିରାକାରପୁର, ୦୩/୦୭/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ଅଂଚଳର ଯୁବ ସମାଜସେବୀ ନିରୋଜ କୁମାର ମହାରଥୀ ନିଜ ଉଦ୍ୟମରେ ଉକ୍ତ ଅଂଚଳରେ ଥିବା ଜରାଶ୍ରମରେ ପ୍ରାୟ ୪୦ରୁ ଉର୍ଦ୍ଧ ବୃଦ୍ଧବୃଦ୍ଧାଙ୍କୁ ରନ୍ଧା ଖାଦ୍ୟ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ତାଙ୍କ ସହ କିଛି ଯୁବ ବନ୍ଧୁ ସାମିଲ ହୋଇଥିଲେ । ଏହିପରି କାର୍ଯ୍ୟକୁ ଅନ୍ତେବାସୀମାନେ ପ୍ରଶଂସା କରିଛନ୍ତି । ଓଡ଼ିଶା ସମାଚାର