ଭୁବନେଶ୍ୱର, ୦୩/୦୭/୨୦୨୧(ଓଡ଼ିଶା ସମାଚାର)-ଗ୍ରୀନ୍ ୱାଲ୍ଡ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି ମିଶନ ଗ୍ରୀନ୍-୨୧ । ଚଳିତ ବର୍ଷ ୧ହଜାର ବୃକ୍ଷ ଲଗାଇ ଏହାକୁ ବଂଚାଇବା ଲକ୍ଷରେ ଅନୁଷ୍ଠାନ ପକ୍ଷରୁ ବୋତଣ୍ଡା ନିକଟ ଲବଣଗିରି ପାହାଡ଼ରେ ୨ଶହ ଚାରା ରୋପଣ କରାଯାଇଥିଲା । ଟ୍ରଷ୍ଟର ଅଧ୍ୟକ୍ଷ ନୃପେଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ ଏହାକୁ ଶୁଭାରମ୍ଭ କରିଥିଲେ ।
ଏଥିରେ ଅନ୍ୟ ଅତିଥି ଭାବେ କ୍ୟାପଟେନ୍ ମନ୍ମଥ ରାଉତରାୟ, ରୋଟାରୀ କ୍ଲବ କଳିଙ୍ଗର ସଭାପତି ଆର୍ ଏନ୍ ପଟ୍ଟନାୟକ, ରେଟାରୀ ଇନରହୁ୍ୟଲ୍ ର ସମ୍ପାଦିକା ମମତା ରଥ, ସମାଜସେବୀ ହାଡ଼ିବନ୍ଧୁ ପଟ୍ଟନାୟକ, ସ୍ଥାନୀୟ ଅଂଚଳର ବହୁ ମୁରବୀ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ । ଏହି ଗଛକୁ ବଚାଂଇ ରଖିବା ପାଇଁ ପ୍ରତିଦିନ ପାଣି ଦିଆଯିବା ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଇଛି । ଓଡ଼ିଶା ସମାଚାର