Friday , September 22 2023
Breaking News
Home / ରାଜନୀତି / ରବିଋତୁରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ନେଇ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

ରବିଋତୁରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ନେଇ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, ୦୩/୦୭/୨୦୨୧(ଓଡ଼ିଶା ସମାଚାର)- ରବିଋତୁରେ  ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ନେଇ କେନ୍ଦ୍ରାପଡା ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ବେଷାମରିକ ଯୋଗାଣ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମିଲର୍ସମାନଙ୍କ ମର୍ଜିରେ ମଣ୍ଡିରୁ ଧାନ ଉଠିବା, ଚାଷୀଙ୍କ ଠାରୁ ପ୍ରତିକ୍ୱିନ୍ଟାଲ ଧାନରେ ୮/୧୦କେଜି ଧାନ କଟନି ଛଟନି କରିବା, ବସ୍ତା,ସୁତୁଲି, ପରିବହନ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁଥିବା ବେଳେ ସେହି ଅର୍ଥ ଚାଷୀଙ୍କୁ ଦିଆନଯାଇ ମିଲରମାନେ ହଡପ କରୁଥିବା ବିଜେପି ଅଭିଯୋଗ କରିଛି । ପୂର୍ବରୁ ଜିଲ୍ଲା ସ୍ତରରେ ଥିବା ପ୍ୟାଡି ପ୍ରୋକିଓରମେଂଟ କମିଟିକୁ ଅଚଳ କରାଯାଇ ରାଜ୍ୟ ସରକାର ଧାନ କିଣାବିକା ରାଜ୍ୟ ସରକାର ସିଧାସଳଖ ଭୁବନେଶ୍ୱରରୁ ଚାଷୀଙ୍କୁ ଟୋକନ ଦେଇ ଏହାକୁ ନିୟନ୍ତ୍ରଣ କରୁଥିବା ବିଜେପି ଅଭିଯୋଗ କରିଛି । ଫଳରେ ଚାଷୀ ମଣ୍ଡିରେ ଧାନ ଦେଇନପାରି ଖୋଲା ବଜାରରେ ଏକହଜାରରୁ ୧୨ଶହ ଟଙ୍କା କମ ଦରରେ ଧାନ ବିକ୍ରୀ କରିବାକୁ ବାଧ୍ୟ ହୋଇଥିବା ବିଜେପି ଅଭିଯୋଗ କରିଛି । ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ଏକ କେନ୍ଦ୍ରୀୟ ଦଳ  ଓଡିଶା ଗସ୍ତରେ ଆସି ୪ଟି ଧାନମଣ୍ଡିରେ ସରଜମିନ ତଦନ୍ତ କରିବା ସହ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ସେହି ରିପୋର୍ଟକୁ ସାର୍ବଜନିନ କରିବାକୁ ବିଜେପି ଦାବି କରିଛି । ଏହି ସମସ୍ୟାର ନିରାକରଣ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବାକୁ ରାଜ୍ୟପାଳଙ୍କୁ ବିଜେପି ପକ୍ଷରୁ ପ୍ରଦାନ କରାଯାଇଥିବା ଦାବିପତ୍ରରେ ନିବେଦନ କରାଯାଇଛି । ବିଜେପି ସଭାପତି କିଶୋର ପଣ୍ଡା, ସୁନାକର ବେହେରା, ନେହେରୁ କୁମାର ସାହୁ, ବସନ୍ତ କୁମାର ପରିଡା, ଦିଲ୍ଲିପ ଦାସ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *