Monday , December 6 2021
Breaking News
Home / ବିଶେଷ / ଭୂମିହୀନ ଦର୍ଶାଇ ସରକାରୀ ଜମି ହାତେଇ ନେଇଥିବା ଅଭିଯୋଗ

ଭୂମିହୀନ ଦର୍ଶାଇ ସରକାରୀ ଜମି ହାତେଇ ନେଇଥିବା ଅଭିଯୋଗ

କେନ୍ଦ୍ରାପଡ଼ା, ୦୩/୦୭/୨୦୨୧(ଓଡ଼ିଶା ସମାଚାର)- ନିଜକୁ ଭୂମିହୀନ ଦର୍ଶାଇ ବେଆଇନ ଭାବରେ ସରକାରୀ ଜମି ହାତେଇ ନେଇ ଗ୍ରାମର ଅନ୍ୟମାନଙ୍କ ବାସଗୃହକୁ ବାଟ ବନ୍ଦ କରିଦେଇଥିବା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଗୁଣୁପୁର ରାଜସ୍ୱ ସର୍କଲର କଇଁକୁଳା ଗ୍ରାମର ପ୍ରଭୁତ ଭୂସମ୍ପତିର ଅଧିକାରୀ କନକଲତା ରାଉତ ଓ ସୋମନାଥ ଖଟୁଆ ନିଜକୁ ଭୂମିହୀନ ଦର୍ଶାଇ ସରକାରୀ ଜମିକୁ ପ୍ରଥମେ ଲିଜ ନେବା ସହ ପରେ ନିଜ ନାମରେ ସେହିଜମିକୁ ସ୍ଥିତିବାନ ସତ୍ୱରେ କରେଇ ନେଇଛନ୍ତି । ଫଳରେ ଦୀର୍ଘବର୍ଷ ଧରି ସେହିଜମି ଦେଇ ଯାତାୟତ କରୁଥିବା ଗ୍ରାମବାସୀମାନେ ଘୋର ପ୍ରତିବନ୍ଧକର  ସମ୍ମୁଖିନ ହୋଇଥିବା ଅଭିଯୋଗ ହୋଇଛି । ସମ୍ପ୍ରତି ସେହି ଗ୍ରାମର ଅନ୍ୟ ୪ଜଣ ଭୂମିହୀନଙ୍କୁ ମଧ୍ୟ ତହସିଲ ପକ୍ଷରୁ ଜମି ଯୋଗାଇ ଦିଆଯାଇଛି । ସେମାନଙ୍କୁ ରାଜସ୍ୱ ସର୍କଲ ପକ୍ଷରୁ ନିର୍ଦ୍ଧାରିତ ଲେ-ଆଉଟ ଅନୁଯାଇ ରାସ୍ତା ଦିଆନଯାଇ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ପ୍ରରୋଚନାରେ ରାଜସ୍ୱ ନିରୀକ୍ଷକ ଓ ଅମିନ  ଗ୍ରାମ୍ୟ ଠାକୁରାଣୀ ଏବଂ ଘରୋଇ ଜମି ମଧ୍ୟ ଦେଇ ରାସ୍ତା ଦେବାକୁ ସୀମା ନିର୍ଦ୍ଧାରଣ କରାଯାଇଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଅଭିଯୋଗ କରାଯାଇଥିଲେବି କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ଏତଦବ୍ୟତିତ ସେହି ଗ୍ରାମର ପ୍ରେମାନନ୍ଦ ଖଟୁଆ, ସନାତନ ଖଟୁଆ ଓ ବନମାଳି ଖଟୁଆ ସ୍ୱଛଭାରତ ଯୋଜନାରେ ପାଇଥିବା ପାଇଖିନାକୁ କନକଲତା ରାଉତ ଓ ସୋମନାଥ ଖଟୁଆ କେତେକ ନ୍ୟସ୍ତସ୍ୱାର୍ଥ ଲୋକଙ୍କୁ ଲଗାଇ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଫଳରେ ସେହି ୩ଟି ପରିବାରର ଲୋକମାନେ ଶୌଚ ହେବାକୁ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ଏଣୁ ବେଆଇନ ଭାବେ ୨ଜଣଙ୍କୁ ପ୍ରଦାନ କରାଯାଇଥିବା ସରକାରୀ ଜମିକୁ ପ୍ରତ୍ୟାହାର କରାଯିବା ସହ ଭୂମିହୀନଙ୍କୁ ପ୍ରଦାନ କରାଯାଇଥିବା ଜମିକୁ ନିର୍ଦ୍ଧାରିତ ଲେ-ଆଉଟ ଅନୁଯାଇ ରାସ୍ତା ପ୍ରଦାନ କରାଯିବାକୁ ବନମାଳି ଖଟୁଆ, ସନାତନ ଖଟୁଆ ଓ ଜ୍ୟୋତିରଞ୍ଜନ ଖଟୁଆ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *