Tuesday , December 7 2021
Breaking News
Home / ବିଶେଷ / “ଭୀମଟାଙ୍ଗିରେ ଜଗନ୍ନାଥ ମନ୍ଦିର”

“ଭୀମଟାଙ୍ଗିରେ ଜଗନ୍ନାଥ ମନ୍ଦିର”

ଭୁବନେଶ୍ୱର, ୦୩/୦୭/୨୦୨୧(ଓଡ଼ିଶା ସମାଚାର)-ମହତାବ ରୋଡ଼୍ରୁ ନାରାୟଣୀ କ୍ଲବ ରାସ୍ତାରେ ଭୀମଟାଙ୍ଗି ପ୍ରବେଶ ରାସ୍ତାରେ ଶେଷ ପର୍ଯ୍ୟାୟରେ ପହଂଚିଛିି ଶ୍ରୀଜଗନାଥ ମନ୍ଦିର ନିର୍ମାଣ । ୨୫ଫୁଟ୍ ର ଏହି ମନ୍ଦିରରେ ଶ୍ରୀଜଗନାଥ, ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ସମେତ ଲକ୍ଷ୍ମୀ ଓ ବିମଳାଙ୍କ ସ୍ୱତନ୍ତ୍ର ମନ୍ଦିର ମଧ୍ୟ ରହିଛି । ସ୍ଥାନୀୟ ଅଂଚଳର ୬୦ଜଣ ସଭ୍ୟ ମାଗିଯାଚି ଓ ଭେଦା କରି ଏହି ମନ୍ଦିରକୁ ନିର୍ମାଣ କରିଛନ୍ତି । ସ୍ଥାନୀୟ ଅଂଚଳରେ ଜଗନ୍ନାଥ ମନ୍ଦିର ନଥିବାରୁ ଏହି ମନ୍ଦିରରେ ଭକ୍ତଙ୍କୁ ବଡ଼ଠାକୁର ଦର୍ଶନ ଦେବେ । ଯାହା ଆସନ୍ତା ୯ତାରିଖରୁ ୩ଦିନ ଧରି ପ୍ରତିଷ୍ଠା କରାଯିବ । କୋଭିଡ଼୍ କଟକଣାରେ ୧୦୮କଳସ ତିର୍ଥ ଜଳ ଆସି ସ୍ଥାପନା ହେବ । ସାମାଜିକ ଦୂରତା ରକ୍ଷା କରି ହୋମ ଯଜ୍ଞ କରାଯିବ ମନ୍ଦିର ପ୍ରତିଷ୍ଠା ହେବ । ବୋଲି ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ସଭ୍ୟ ମାନସ ରଞ୍ଜନ ପଟ୍ଟନାୟକ, ସନତ ମିଶ୍ର ଓ ବୀଣାପାଣି ବୋଇତାଈ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ୫୯ ତମ ଗୃହରକ୍ଷୀ ଦିବସ ପାଳିତ

କଳାହାଣ୍ଡି ୦୬/୧୨/୨୦୨୧(ଓଡ଼ିଶା ସମାଚାର/ସଂଜୟ ସିଂହ)-ଆଜି କଳାହାଣ୍ଡି ଜିଲ୍ଲା ପୋଲିସ ତରଫରୁ ଗୃହରକ୍ଷୀ ଦିବସ ପାଳତ ହୋଇ ଯାଇଛି । ଏହି …

Leave a Reply

Your email address will not be published. Required fields are marked *