ଭୁବନ ୦୩/୦୭/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ଗ୍ରାମ ଉପକଣ୍ଠସ୍ଥ ପାହାଡ ନିକଟରେ ଦୀର୍ଘଦିନ ହେଲା ବେଆଇନ ମାଙ୍କଡା ପଥର ଖଣି ଚାଲୁରହିଥିବା ବେଳେ ପ୍ରଶାସନ ଟଙ୍କାଟିଏ ରାଜସ୍ୱ ପାଉନଥିବା ବେଳେ ମାଫିଆ ମାନେ ଲକ୍ଷାଧିକ ଟଙ୍କା ଲାଭ କରୁଛନ୍ତି । ଗତ କିଛିଦିନ ହେଲା ପ୍ରଶାସନ ତରଫରୁ ଲଘୁ ଖଣିଜ ସଂପଦ ଉପରେ ଅଙ୍କୁଶ ଲଗାଇବା ଉଦ୍ଧେଶ୍ୟରେ ରୀତିମତ ଚଢାଉ କରାଯାଉଛି । ବାଲିବୋ ଅଂଚଳରେ ଏକାଧିକ ବେଆଇନ ମାଙ୍କଡାପଥର ଖଣି ଚାଲୁଥିବା ସଂପର୍କରେ ବାରାମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏବେ ସଂପୃକ୍ତ ଏରିଆକୁ ନେଇ ରାଜସ୍ୱ ବିଭାଗ ଓ ବନବିଭାଗ ତରଫରୁ ଘଣ୍ଟାଚକଟା ଆରମ୍ଭ ହୋଇଛି । ବନବିଭାଗ ତରଫରୁ ସଂରକ୍ଷିତ ଜଙ୍ଗଲ ବୋଲି ବ୍ୟାନର ଟଙ୍ଗା ହୋଇଛି । ଦୁଇଜଣ କର୍ମଚାରୀ ମଧ୍ୟ ଡ୍ୟୁଟି କରୁଛନ୍ତି । ଏଭଳି ସ୍ଥିତିରେ ତଥାପି ମାଫିଆ ମାନେ ଲୁଚାଛପାରେ ପଥର ଖୋଳୁଥିବା ସୂଚନା ପାଇ ଗତକାଲି ରାତ୍ର ୨ ଘଟିକା ସମୟରେ ବନ ବିଭାଗ ତରଫରୁ ସଂପୃକ୍ତ
ଅଂଚଳରେ ଜୋରଦାର ଚଢାଉ କରାଯାଇ ଏକ ବେଆଇନ ଖଣିରେ ପଥର କାଟୁଥିବା ୨ଟି ପାୱାରଟିଲର ଜବତ କରାଯାଇଥିବା ବେଳେ ଜଣକୁ ଗିରଫ କରାଯାଇଥିଲା । ଗିରଫ ବ୍ୟକ୍ତି ଜଣକ ବାବୁଲା ଚତର ଙ୍କ ପୁଅ ଟୁନା ଚତର(୩୫) ବୋଲି ଜଣାପଡିଛି । ଭୁବନ ଫରେଷ୍ଟ ରେଞ୍ଜର ଅନୀତା ସେଠୀ ଙ୍କ ତତ୍ୱାବଧାନରେ ଫରେଷ୍ଟର କବିତା ବିଶ୍ୱାଳ,ଫରେଷ୍ଟ ଗାର୍ଡ ସନ୍ତୋଷ ବେହେରା ଓ କର୍ମଚାରୀ ମାନେ ଏହି ଚଢାଉରେ ସାମିଲ ଥିଲେ । ଓଡ଼ିଶା ସମାଚାର