ପାରାଦ୍ୱୀପ,୦୩/୦୭/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ର ଅବସରପ୍ରାପ୍ତ ଯନ୍ତ୍ରୀ ହେମନ୍ତ କୁମାର ଦାସଙ୍କ ପତ୍ନୀ ଅପରାଜିତା ଦାସ (୬୪)ଙ୍କ ଭୁବନେଶ୍ୱର ସ୍ଥିତ ଏକ ବେସରକାରୀ ଚିକିତ୍ସାଳୟରେ ଜୁନ ୩୦ ତାରିଖ ବୁଧବାର ଦିନ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ମୃତୁ୍ୟ ଶଯ୍ୟା ପାଖରେ ତାଙ୍କର ସ୍ୱାମୀ, ପୁତ୍ର, ପୁତ୍ରବଧୁ ଉପସ୍ଥିତ ଥିଲେ । ସ୍ୱର୍ଗତା ଦାସ ଜଣେ ଧର୍ମ ପରାୟଣ ମହିଳା ଥିଲେ । ତାଙ୍କ ଶେଷ କୃତ୍ୟ ନିଜ ଗ୍ରାମ କୁଜଙ୍ଗ ପାନପଲ୍ଲୀ ଠାରେ ସମସ୍ତ କୋଭିଡ୍ ନିୟମ ଅନୁଯାୟୀ ସମ୍ପନ୍ନ କରାଯାଇଥିଲା । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ମହିଳା ଭାବେ ସ୍ଥାନୀୟ ଅଂଚଳରେ ବେସ ଜଣାଶୁଣା ଥିଲେ । ତାଙ୍କ ବିୟୋଗରେ ପାରାଦ୍ୱୀପ ଏବଂ କୁଜଙ୍ଗ ଅଳରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର