Sunday , March 26 2023
Breaking News
Home / ବିଶେଷ / ପଦନ ସାର କଲ୍ୟାଣ ସମିତି ପକ୍ଷରୁ ବନ ମହୋତ୍ସବ 

ପଦନ ସାର କଲ୍ୟାଣ ସମିତି ପକ୍ଷରୁ ବନ ମହୋତ୍ସବ 

ଗରଦପୁର,୦୩/୦୭/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ଅର୍ଜୁନପୁର ଗ୍ରାମର ଚମ୍ପାକୁଦ ଠାରେ ଆଜି ପଦନ ସାର କଲ୍ୟାଣ ସମିତି ପକ୍ଷରୁ ୭୨ ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଅମିୟ ରଂଜନ ସାହୁ ସଂଯୋଜନା କରିଥିଲାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଗରଦପୁର ତହସିଲଦାର ଅଶୋକ କୁମାର ବେହେରା , ସମ୍ମାନୀତ ଅତିଥି ଭାବେ ରେଂଜର ଗୋବିନ୍ଦ ଚନ୍ଦ୍ର ରଥ, କୋରୁଆ ଫାୟାର ଅଫିସର ପି କେ ମଲିକ , ସାନ ଅଢ଼ଙ୍ଗା ସରପଂଚ ସ୍ୱର୍ଣ୍ଣପ୍ରଭା ନାୟକ , ସାମ୍ବାଦିକ ଧିରେନ ମିଶ୍ର ପ୍ରମୁଖ ଯୋଗଦେଇ ଲୋକମାନଙ୍କୁ ବୃକ୍ଷର ଉପକାରିତା ବିଷୟରେ ବୁଝାଇଥିଲେ । ବୃକ୍ଷ ଆମର ଏକ ସନ୍ତାନ ପରି , ତାହାର ଯତ୍ନ ଆମେ ନିଯେ ନେବା ଉଚିତ ବୋଲି ତହସିଲଦାର ଶ୍ରୀ ବେହେରା କହିଥିଲାବେଳେ ବୃକ୍ଷର ଔଷଧିୟ ଗୁଣ ସମ୍ପର୍କରେ ରେଂଜର ଶ୍ରୀ ରଥ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅର୍ଜୁନପୁର ଗ୍ରାମ ସଭାପତି କୃଷ୍ଣ ଚନ୍ଦ୍ର ସାହୁ, ନୟନ ବଲଭ ନାୟକ, ମନମୋହନ ମିଶ୍ର, ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ , ସୁରେନ୍ଦ୍ର ନାଥ , ମନୋଜ କୁମାର ସାହୁ, ରାଜ କିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଅତିଥିମାନେ ଚମ୍ପାକୁଦ ପରିସରରେ ବିଭିନ୍ନ ବୃକ୍ଷ ରୋପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.