Wednesday , October 4 2023
Breaking News
Home / ବିଶେଷ / କେନ୍ଦ୍ରାପଡା କଲେଜ ରସାୟନ ବିଭାଗ ପ୍ରାକ୍ତନ ମୁଖ୍ୟ ନାରାୟଣ ସାମଲଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡା କଲେଜ ରସାୟନ ବିଭାଗ ପ୍ରାକ୍ତନ ମୁଖ୍ୟ ନାରାୟଣ ସାମଲଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା, ୦୩/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ରସାୟନ ବିଭାଗର ପ୍ରାକ୍ତନ ମୁଖ୍ୟ ଡଃ. ନାରାୟଣ ସାମଲଙ୍କ ବିୟୋଗରେ କଲେଜ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଡଃ. ସାମଲ ଗତ ୪ତାରିଖରେ ଯକୃତ କର୍କଟରେ ଆକ୍ରାନ୍ତ ହେବାର ଏକମାସ ପୁରଣ ନହେଉଣୁ ତାଙ୍କର ଦେହାନ୍ତ ହୋଇଯାଇଛି । ସେ ଜଣେ ମେଧାବୀ ଛାତ୍ର ଥିଲେ । ଜଣେ ପ୍ରବୀଣ ଅଧ୍ୟାପକ ଓ ଛାତ୍ରବତ୍ସଳ ଶିକ୍ଷକ ଭାବରେ ତାଙ୍କର ବହୁ ପ୍ରସିଦ୍ଧି ରହିଥିଲା  । କଲେଜରୁ ଅବସର ପରେ ମଧ୍ୟ ମହାବିଦ୍ୟାଳୟର ସମସ୍ତ କାର୍ଯ୍ୟରେ ସେ ସହଯୋଗ କରି ଆସୁଥିଲେ । ତାଙ୍କ ଆବର୍ତମାନ ରସାୟନ ବିଭାଗ ଓ ସର୍ବୋପରି କଲେଜ ପାଇଁ ଏକ ଅପୁରଣୀୟ କ୍ଷତି । ଏହି ଶୋକସଭାରେ ପ୍ରାଧ୍ୟାପକ ତପନ କୁମାର ପତି, ପ୍ରମୋଦ କୁମାର ଦାସ, ଡଃ. ପ୍ରଭାକର ମଲ୍ଲିକ, ସେକ ଶାହାବୁଦ୍ଧିନ ଅଲ୍ଲୀ, ଅଶୋକ ଦାସ, ଗୌର ପ୍ରସାଦ ଷଡଙ୍ଗୀ, ବାସନ୍ତୀ ଶୁକ୍ଳା, ଅଚୁ୍ୟତ ମହାରଣା, ବିଶ୍ୱରଞ୍ଜନ ପୁହାଣ, ଅଧ୍ୟାପିକା ମନିଷାକାନ୍ତୀ ଜେନା, ଅଧ୍ୟାପକ ରଞ୍ଜିତ କୁମାର ଦାସ, ରାମଚନ୍ଦ୍ର ପାତ୍ରଙ୍କ ସମେତ କଲେଜର ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ ଯୋଗଦେଇ ସ୍ୱର୍ଗତ ସାମଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *