କେନ୍ଦ୍ରାପଡ଼ା, ୦୩/୦୭/୨୦୨୧(ଓଡ଼ିଶା ସମାଚାର)-ସରକାର କରୋନାରେ କାର୍ଯ୍ୟ କରୁଥିବା ବିଭିନ୍ନ ବର୍ଗର କର୍ମଚାରୀଙ୍କ ମଧ୍ୟରୁ ପ୍ରତି ଗ୍ରାମରେ ଥିବା ଆଶାକର୍ମୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । ଡେରାବିଶ ବ୍ଲକର ଭୂଇଁପୁର ଗ୍ରାମର ଆଶାକର୍ମୀ ସରସ୍ୱତୀ ମଲ୍ଲିକ କରୋନା ଆକ୍ରାନ୍ତ ହୋଇ ଛତା କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଗତ ଜୁନମାସ ୩୦ତାରିଖରେ ପ୍ରାଣତ୍ୟାଗ କରିଛନ୍ତି । ଏଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ମ୍ରିୟମାଣ ହେବା ସହ ତାଙ୍କ ସ୍ମୃତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଜିଲ୍ଲା ମୁଖ୍ୟ ଚିକତ୍ିସାଧିକାରୀ ଡା. ଅନିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କରୋନାର ଜିଲ୍ଲା ନୋଡାଲ ଅଧିକାରୀ ଡା. ସଚିଦାନନ୍ଦ ମିଶ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ମିର୍ଜାବାବର ବେଗଙ୍କ ସମେତ ଚିକିତ୍ସାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସ୍ମୃତିଚାରଣ କରିବା ସହ ଶୋକବ୍ୟକ୍ତ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଉପସ୍ଥିତ ରହି ଶୋକବ୍ୟକ୍ତ କରିବା ସହିତ ତାଙ୍କ ସ୍ୱାମୀଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର ହୋଇଥିବା ୧୦ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ସହକାରୀ ପରିଚାଳକ(ଆଶା) ବ୍ରତସ୍ୱିନୀ ସାହାଣୀ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର