କେନ୍ଦ୍ରାପଡ଼ା, ୦୩/୦୭/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲା ପ୍ରତିଭା ପୂଜା ସଂସଦ,କେନ୍ଦ୍ରାପଡା ପକ୍ଷରୁ ସ୍ୱର୍ଗତ ଶିକ୍ଷକ ହରେକୃଷ୍ଣ ଶତପଥୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସେ ଜଣେ ଆଦର୍ଶ ଶିକ୍ଷକ, ଓଷ୍ଟାର ରାଜ୍ୟ କର୍ମକର୍ତା, ଶିକ୍ଷକ ସଙ୍ଘର ରାଜ୍ୟ ସ୍ତରୀୟ କର୍ମକର୍ତା, ସ୍ତମ୍ବକାର, କବି ଓ ସର୍ବୋପରି ସେ ଜଣେ ଭଲ ମଣିଷ ହିସାବରେ ଜିଲ୍ଲାରେ ପରିଚିତ ଥିଲେ ବୋଲି ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତି ମତବ୍ୟକ୍ତ କରି ତାଙ୍କ ଆବର୍ତମାନରେ ମର୍ମାହତ ବୋଲି ପ୍ରକାଶ କରିଛନ୍ତି । ସେ କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଶୁକ୍ରବାର ଦେହାନ୍ତ ହୋଇଯାଇଛି । ତାଙ୍କର ମର ଶରୀରକୁ ସତ୍ୟନଗର ଶ୍ମସାନରେ କୋଭିଡ ନୀତିନିୟମରେ ସଂସ୍କାର କରାଯାଇଛି । ସେ ଜଣେ ସଚ୍ଚୋଟ, ପରୋପକାରୀ ଓ ସ୍ପଟବାଦୀ ମଣିଷ ଥିଲେ ବୋଲି ସଂସଦର ବହୁ ବ୍ୟକ୍ତି ମତପୋଷଣ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଡା.ବିଶ୍ୱ ପ୍ରକାଶ କାନୁନଗୋ, ଡା. ଅଲେଖ ଚନ୍ଦ୍ର ଦାସ, ଅକ୍ଷୟ କୁମାର ମହାନ୍ତି, ଗୁରୁପ୍ରସାଦ ମହାନ୍ତି, ଚିତରଞ୍ଜନ ଦାସ, ଗୋଲେଖ ଚନ୍ଦ୍ର ପଢିହାରୀ, ପ୍ରମୋଦ କୁମାର ମହାପାତ୍ର, ନଳିନୀବିହାରୀ ମହାନ୍ତି, ସୁସିଲ କୁମାର ସାମଲ, ଗୋପାଳକୃଷ୍ଣ ଜେନା, ମୁକ୍ତାର ଖାଁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଓଡ଼ିଶା ସମାଚାର