Thursday , September 28 2023
Home / ବିଶେଷ / ସରସ୍ୱତୀ କଳା ପରିଷଦ କନ୍ଦରପୁର ପକ୍ଷରୁ ନାଟକ ମାଧ୍ୟମରେ କରୋନା ସଚେତନତା କାର୍ୟ୍ୟକ୍ରମ

ସରସ୍ୱତୀ କଳା ପରିଷଦ କନ୍ଦରପୁର ପକ୍ଷରୁ ନାଟକ ମାଧ୍ୟମରେ କରୋନା ସଚେତନତା କାର୍ୟ୍ୟକ୍ରମ

କଟକ, ୦୨/୦୭/୨୦୨୧(ଓଡ଼ିଶା ସମାଚାର)- କଟକର ସଦର କନ୍ଦରପୁର କଳାବିହାରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସରସ୍ୱତୀ କଳା ପରିଷଦ ପକ୍ଷରୁ ଛାତ୍ରଛାତ୍ରୀ ଏବଂ କାର୍ୟ୍ୟକର୍ତା ମାନଙ୍କ ସହଯୋଗରେ ଅଧୁନା ମହାମାରୀ କରୋନା ସମୟରେ ସ୍ୱାସ୍ଥ୍ୟର ଯତ୍ନ,କରୋନାର ଲକ୍ଷଣ,ସୁରକ୍ଷିତ ରହିବାର ନିୟମାବଳୀ,କରୋନା କଟକଣା ପାଳନ,ବିଶେଷ କରି ଗ୍ରାମାଞ୍ଚଳରେ ଜନ ସଚେତନତାର ମହନୀୟ ବାର୍ତ୍ତା ପ୍ରଚାର ଆଭିମୁଖ୍ୟ ନେଇ ନାଟ୍ୟକାର ଗୁରୁ ଅଶୋକ କୁମାର ପଟ୍ଟନାୟକଙ୍କ ରଚନା ଓ ନିର୍ଦ୍ଦେଶନାରେ “କରୋନା କରୁଛି ତାଣ୍ଡବ ଲୀଳା” ନାମକ ଏକ ସାମାଜିକ ନାଟକ କଳା ପରିଷଦ କାର୍ୟ୍ୟାଳୟରେ ବିନା ଦର୍ଶକଙ୍କ ଉପସ୍ଥିତରେ ପରିବେଷଣ ହୋଇ ପରେ ଇଣ୍ଟରନେଟ ଜରିଆରେ ଜନସାଧାରଣଙ୍କ ଉଦ୍ଧେଶ୍ୟରେ ଲୋକାର୍ପିତ କରାଯାଇଛି । ଏହି ନାଟକରେ ରଂଜନ ଜେନା,ଇଂ.ଅମୀୟ ପଟ୍ଟନାୟକ, ଇଂ.ବିଶ୍ୱଜିତ ସାହୁ,ପପିନା ବେହେରା, ମନୋରଞ୍ଜନ ସାହୁ,ସତ୍ୟବ୍ରତ ଭୋଇ, ବିନାୟକ ମାଝୀ,ଜ୍ୟୋତ୍ରୀମୟୀ ଭୋଇ,ହରପ୍ରିୟା ହାତୀ,ପୁର୍ଣିମା ବେହେରା ଅଭିନୟ କରିଥିଲା ବେଳେ ଅଜୟ ପଟ୍ଟନାୟକ,ବିଶ୍ୱନାଥ ପଟ୍ଟନାୟକ,କରୋନାଯୋଦ୍ଧା ଅଭିରାମ ସାହୁ,ସମାଜସେବୀ ପ୍ରଦୀପ ମହାଳି,ଅଂଜନ ବେହେରା,ନିରଂଜନ ରାଉଳ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *